ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ଲାଗି ସରିଲା ନାମାଙ୍କନ ଦାଖଲ ଶେଷ ତାରିଖ । ମଇଦାନକୁ ଓହ୍ଳାଇଛନ୍ତି ୧୭ ପ୍ରାର୍ଥୀ । ପ୍ରାର୍ଥୀ ପତ୍ର ଦାଖଲ ସରିଥିବାରୁ ଏବେ ପ୍ରଚାର ମୁହାଁ ହୋଇଛନ୍ତି ତିନି ଦଳ । ନିଜ ନିଜ ବ୍ରାଣ୍ଡ ନେତାଙ୍କୁ ନେଇ ତିଆରି କରିଛନ୍ତି ଷ୍ଟାର ପ୍ରଚାରକ ଲିଷ୍ଟଏବେ ପ୍ରଚାର ମୁହାଁ ହେବ ପ୍ରାର୍ଥୀ । ବିଜେପିର ଏହି ତାଲିକାରେ ଅଛନ୍ତି ୭ରୁକେନ୍ଦ୍ର ମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀ । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିବାକୁ ବିଜେପୁର ଆସିବେ । ସେହିପରି ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ରାମକ୍ରିପାଳ ଯାଦବ, ସନ୍ତୋଷ ଗଙ୍ଗୱାର ଓ ରାଧାମୋହନ ସିଂହ ମଧ୍ୟ ବିଜେପି ଲାଗି ପ୍ରଚାର କରିବେ ।