ସିମ୍ବକ୍ସ ଫେକ୍ ଆଇଏସଡି କଲ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର:ବ୍ରହ୍ମପୁରରୁ ଫେକ୍ ଆଇଏସଡି କଲ୍ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ସିମ୍ବକ୍ସ ଲଗାଇ ଆଇଏସଡି କଲ ଟ୍ରାଫିକିଂ କରୁଥିବା ଏକ ଗୋଷ୍ଠୀକୁ ଧରାଯିବା ପରେ ଏନେଇ ତନାଘନା ଜୋର ଧରିଛି। ଏହି ଗୋଷ୍ଠୀର ଦେଶ ବିଦେଶର କେଉଁଠି ନେଟୱର୍କ ରହିଛି ସେନେଇ ତଦନ୍ତ ଚାଲିଛି। ସେପଟେ ଏହି ଘଟଣା ଓଡ଼ିଶାରେ ପ୍ରଥମ ହୋଇଥିବାରୁ ବ୍ରହ୍ମପୁର ଲୋକଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବ୍ରହ୍ମପୁର ସିମ୍ବକ୍ସ ସିକ୍ରେଟ ଖୋଜିବ କ୍ରାଇମବ୍ରାଞ୍ଚ। ବ୍ରହ୍ମପୁରରେ ସିମବକ୍ସ ଲଗାଇ ଇଣ୍ଟରନ୍ୟାସନାଲ କଲ୍ ନେଟୱର୍କ ଚଳାଉଥିବା ଏହି ଗୋଷ୍ଠୀର ରହିଛି ସାଂଘାତିକ ଲିଙ୍କ। ଏମାନଙ୍କର ଲିଙ୍କ କିଛି ଅର୍ଗାନାଇଜ୍ଡ କ୍ରିମିନାଲଙ୍କ ସହିତ ରହିଛି। ଏସବୁର ଖୋଳତାଡ଼ କରିବା ଲାଗି କ୍ରାଇମବ୍ରାଞ୍ଚ ଏକ ଟିମ୍ ଗଠନ କରିଛି। ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଗୋପାଳପୁର ଯାଇଛି। ଏସଟିଏଫ, ଇଓଡବ୍ଲୁ ଏବଂ ସାଇବର ଟିମ୍ର ସଦସ୍ୟ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଏହି ଟିମ୍ ପଚରାଉଚୁରା କରିବ। ଗତକାଲି ଏହି ୪ ଜଣଙ୍କୁ ଗିରଫ କରାଯିବା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ଟି ଲକ୍ଷ୍ମୀନାରାୟଣ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। । ଟି ଲକ୍ଷ୍ମୀନାରାୟଣଙ୍କର ଏସ ୱାର୍ଲଡ କମୁନିକେସ ପ୍ରାୟ ବର୍ଷେ ହେଲା ଏଠାରେ କାରବାର ଚଳାଉଥିଲା। ଚାଇନାମେଡ ସିମ୍ବକ୍ସ ଲଗାଇ କାରବାର ଚଳାଉଥିଲେ। ଆଉ ଏହି ସିମ୍ବକ୍ସ ମାଧ୍ୟମରେ ବଡ଼ବଡ଼ କ୍ରାଇନନେଟୱର୍କ ଚାଲିଥିବା ସନ୍ଦେହ ଘେରକୁ ଆସିଛି। ଛୋଟାରାଜନ ନାଁରେ ମୁମ୍ବାଇ ବିଲ୍ଡରଙ୍କୁ ଧମକଚମକରୁ ଏହାର ପ୍ରମାଣ ମିଳୁଛି। ଏହି ଗ୍ରୁପ୍ ବ୍ୟବହାର କରିଥିବା ସିମକାର୍ଡ ଯୋଗାଉଥିଲେ ଭୁବନେଶ୍ବରର ସୁରେଶ କୁମାର ଶତପଥୀ। ନକଲି ପରିଚୟରେ ଏହି ସିମ୍କାର୍ଡ ରେଜିଷ୍ଟ୍ରେସନ କରାଯାଉଥିଲା। ଦୀପିକା ପାଣିଗ୍ରାହୀଙ୍କ ନାଁରେ ରହିଛି ୪ଶହ ସିମ୍ ରେଜିଷ୍ଟ୍ରେସନ। ଏହି ଦୀପିକା ପାଣିଗ୍ରାହୀ କିଏ। ଏସବୁକିଛି ଏବେ ସାରା ବ୍ରହ୍ମପୁର ଅଞ୍ଚଳ ପାଇଁ ଏକ ପ୍ରକାରର ଭୟ ସୃଷ୍ଟି କରିଛି। କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଏହି ଟିମ୍ର ଚେର କେଉଁଯାଏଁ ଯାଇଛି ତାହା ସେମାନଙ୍କୁ ଜେରା ପରେ ସାମ୍ନାକୁ ଆସିବ। କେଉଁକେଉଁ ଅର୍ଗାନାଇଜ୍ଡ କ୍ରିମିନାଲ ଏମାନଙ୍କ ମାଧ୍ୟମରେ ସେମାନଙ୍କ ଅପରେସନ ଚଳାଇଥିଲେ ତାହାର ମଧ୍ୟ ପର୍ଦ୍ଦାଫାଶ ହେବ।

Comments (0)
Add Comment