ଭୁବନେଶ୍ବର : ଶ୍ରୀ ମନ୍ଦିର ସଂସ୍କାର,ଶୃଙ୍ଖଳା ଓ ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ ୧୨ ପ୍ରସ୍ତାବ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତର୍ଜମା । ଖାସ କରି ବଶାଂନୁକ୍ରମିକ ସେବାୟତ ପୂଜା ଓ ମନ୍ଦିରରେ ଅଣହିନ୍ଦୁଙ୍କ ଦର୍ଶନ ନେଇ ସବୁଠୁ ଅଧିକ ବିତର୍କ ହେବାରେ ଲାଗିଛି । ଶ୍ରୀମନ୍ଦିର ଆଇନ ଓ ସୁପ୍ରମକୋର୍ଟଙ୍କ ପ୍ରସ୍ତାବକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ଏମିତିକି ଶ୍ରୀମନ୍ଦିର ପ୍ରଶାସନ କାହାକୁ ମାନିବେ ଶ୍ରୀମନ୍ଦିର ଆଇନ ନା କୋର୍ଟଙ୍କ ଉପଦେଶ ତାକୁ ନେଇ ସଂଙ୍କଟ ସୃଷ୍ଟି ହେବାକୁ ଯାଉଛି ବୋଲି ମତ ପ୍ରକାଖ ପାଇଛି । ଏମିତିକି ସବୁଠୁ ବଡ ବଶାଂନୁକ୍ରମିକ ସେବାପୂଜା ପ୍ରଥା ଉଛେଦହେବା ପରେ ଦ୍ବାରା ମହାପ୍ରଭୁ ଅପୂଜା ରହିବା ଭଳି ସଂଙ୍କଟ ହୋଇପାରେ ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର ଆଶଙ୍କା ବଯକ୍ତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଓ ସରକାରଙ୍କ ଆଭିମୁଖ୍ୟକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ପ୍ରେସମିଟ୍ କରିଛନ୍ତି । ଜଗନ୍ନାଥ ମନ୍ଦିରକୁ ଅନ୍ୟ କୌଣସି ମନ୍ଦିର ସହ ତୁଳନା କରିବା ଉଚିତ ନୁହେଁ । ଶ୍ରୀମନ୍ଦିରକୁ ନିନ୍ଦିତ କରିବାକୁ ଏକ ପ୍ରକାର ଯୋଜନା ହେଉଛି । ବଂଶାନୁକ୍ରମିକ ଉଚ୍ଛେଦ ପ୍ରସ୍ତାବକୁ ପାଳନ କରିବା କଷ୍ଟକର ହେବ । Temple-1992 15(1)ରେ ବଂଶାନୁକ୍ରମିକ ନୀତି ନେଇ ଆଇନ ଅଛି । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପରେ କେଉଁଟା କାର୍ଯ୍ୟକାରୀ ହେବ । ତେଣୁ ତୁରନ୍ତ ମନ୍ଦିର ପରିଚାଳନା କମିଟି ବୈଠକ ଡାକିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବିଜୟ । ଗଜପତି ମହାରାଜା ଏହାର ପ୍ରମୁଖ ଭୂମିକା ନେବା ଦରକାର ବୋଲି ସେ କହିଛନ୍ତି । ଏହା ସହ ସୁପ୍ରିମକୋର୍ଟରେ ଆଡଭୋକେଟ ଜେନରାଲ କାହିଁକି ସଠିକ ତଥ୍ୟ ଉଠାଇଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଶ୍ରୀମନ୍ଦିରଙ୍କୁ ଅନ୍ୟ ମନ୍ଦିର ସହ ଯୋଡିବା ଉଚିତ ନୁହେଁ । ଅନ୍ୟ ମନ୍ଦିର ସେବା ନୀତି ଠାରୁ ଶ୍ରୀମନ୍ଦିର ସେବା ନୀତି ଭିନ୍ନ । ଏଠାରେ ୧୨୦ ପ୍ରକାର ସେବା ନୀତି ହୁଏ । ଯାହା ଦେଶର ଅନ୍ୟ କୈଣସି ମନ୍ଦିରରେ ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର । ଏହି ପ୍ରସଙ୍ଗ ଉପରେ ଶ୍ରୀ ମନ୍ଦିର ପରିଚଳନା କମିଟି ବୈଠକ ତୁରନ୍ତ ଡକାଯାଉ । ବୈଠକରେ ଗଜପତି,ମୁଖ୍ୟ ଶାସନ ସଚିବ,ଆଇନ ସଚିବ, ସେବାୟତ ପ୍ରତିନିଧଙ୍କ ସହ ଶଙ୍କରାଚାର୍ଯ୍ୟ ରହି ସମସ୍ୟା ସମାଧାନର ବାଟ ବାହାର କରନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଏହା ସହ ଗଜପତି ଏହାର ନେତୃତ୍ବ ନେବାକୁ ଆହ୍ବାନ ଦେଇଛନ୍ତି ବିଜୟ । ଏହା ଉପରେ ସେ ସୁପ୍ରିମକୋର୍ଟଙ୍କ ପାଖରେ ସେ ତାଙ୍କର ପ୍ରସ୍ତାବ ରଖିବେ ବୋଲି କହିଛନ୍ତି । ସେହିପରି ଶ୍ରୀମନ୍ଦିରକୁ ବଦନାମ ଓ ନିନ୍ଦିତ କରିବାକୁ ରାଜ୍ୟବାହାରୁ ଉଦ୍ୟମ ହେଉଛି ବୋଲି ଆରୋପ ଆଣିଛନ୍ତି ବିଜୟ । ସେପଟେ ବିଜୟ ମହାପାତ୍ରଙ୍କ ପ୍ରେସମିଟ୍ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ସୁପ୍ରିମକୋର୍ଟଙ୍କ ଡିଟେଲ ଅର୍ଡର କପି ସରକାରଙ୍କ ହସ୍ତଗତ ହେବା ପରେ ଏହା ଉପରେ ବିଚାର କରାଯିବ । ମନ୍ଦିରରେ ସଂସ୍କାର ଆଣିବା ପାଇଁ ସରକାର ସଚେତନ ଅଛନ୍ତି । ହିନ୍ଦୁ ରୀତିନୀତି ଅନୁସାରେ ଯାହା ବ୍ୟବସ୍ଥା ରହିଛି ସେସବୁକୁ କୋର୍ଟରେ ଉପସ୍ଥାପନା କରାଯିବ । ଦରକାର ପଡିଲେ କୋର୍ଟରେ ସରକାର ପକ୍ଷ ରଖିବେ । ସଂସ୍କାର ଆଣିବା ପାଇଁ ବି. ପି ଦାଶ କମିଶନ ବସାଯାଇଥିଲା । କମିଶନ ତାଙ୍କ ରିପୋର୍ଟ ଦେଇଛନ୍ତି । ସେ ରିପୋର୍ଟ ନେଇ ମଧ୍ୟ କୋର୍ଟଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି । ସେପଟେ ପିସିସି ସଭାପତି କହିଛନ୍ତି କିଛି ହୋଇପାରିବ ନାହିଁ ବୋଲି କଖା ନାହିଁ । ସେବାୟତ, ମନ୍ଦିର ପ୍ରଶାସକ ଓ ସରକାର ଉପରେ ନିର୍ଭର କରେ । ସୁପ୍ରିମକୋର୍ଟଙ୍କ ଉପଦେଶ ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ହେଉ । ଓଡିଆ ବଦନାମ ନହେଉ ବୋଲି ନିରଞ୍ଜନ କହିଛନ୍ତି ।ଆଉ ବିଜେପି କହିଛି ଏସବୁ ରାଜ୍ୟ ସରକାରଙ୍କ ଅପରାହଗତାରୁ ହୋଇଛି । ଏବେ ସୁପ୍ରିମକୋର୍ଟ ପ୍ରସ୍ତାବ ସଂପର୍କରେ ରାଜ୍ୟ ସରକାର ସମସ୍ତଙ୍କୁ ଡାକି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନେବା ଦରକାର ।