୬ଦାବିକୁ ସମ୍ମତି : ଆନ୍ଦେ।ଳନରୁ ଓହରିଲେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ବର : ୧୦ ଦିନ ପରେ ଆନ୍ଦେ।ଳନରୁ ଓହରିଲେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ମାର୍ଚ ୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା  ଆନ୍ଦେ।ଳନ। ସଚିବାଳୟରେ ଉଭୟ ଶିକ୍ଷା ବିଭାଗ ଏବଂ ମିଳିତ ମଞ୍ଚର ଏକ ହାଇଭେ।ଲଟେଜ୍ ବୈଠକ ପରେ  ଆନ୍ଦେ।ଳନ ସ୍ଥଗିତ ରଖିବାକୁ  ନିଷ୍ପତ୍ତି  ନେଇଛି ମିଳିତ ମଞ୍ଚ । ସଚିବାଳୟରେ ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗମନ୍ତ୍ରୀ ଏବଂ ସଚିବ ମାନଙ୍କ ସହିତ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମୁଖ୍ୟ କର୍ମକର୍ତାମାନେ ଦେଢ ଘଣ୍ଟା ଧରି ଆଲେ।ଚନା କରିଥିଲେ । ବିଜେପୁର ଉପନିର୍ବାଚନ, ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ଦୃଷ୍ଟିରେ ରଖି   ଆନ୍ଦେ।ଳନକୁ ସ୍ଥଗିତ କରିବାକୁ ଅନୁରେ।ଧ କରିଥିଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୯ ଯାଏ ଆନ୍ଦେ।ଳନ ସ୍ଥଗିତ ରଖିବାକୁ ରାଜି ହେ।ଇଛି ମିଳିତ ମଞ୍ଚ । ତେବେ ୭ଟି ଦାବି ମଧ୍ୟରୁ ୬ଟି ଦାବିକୁ ସରକାର ମୌଖିକ ଭାବେ ମାନିନେଇଥିବା କହିଛି ମିଳିତ ମଞ୍ଚ । ସପ୍ତମ ବେତନ ଲାଗୁ, ସତ୍ୟପାଠ ଦାଖଲ ଭଳି ଅନ୍ୟ ଦାବି ଗୁଡ଼ିକୁ ମାନି ନେଇଛନ୍ତି ରାଜ୍ୟ ସରକାର । ହେଲେ ୬୦ ରୁ ୬୨ ବୟସ ପର୍ଯ୍ୟନ୍ତ ଚାକିରିର ଅବଧି ବୃଦ୍ଧି ଦାବିକୁ ସରକାର ମାନିନାହାନ୍ତି ।  ତେବେ ମାର୍ଚ ୯ ପୁର୍ବରୁ ଯଦି ରାଜ୍ୟ ସରକାର ସମାଧାନର ବାଟ ନଫିଟାନ୍ତି ତେବେ ପୁଣି ଆନ୍ଦେ।ଳନର ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛି ମିଳିତ ମଞ୍ଚ ।

Comments (0)
Add Comment