୯ ବର୍ଷ ପରେ ପୁଣି ଜନ ଦରବାରେ ଉଭାହେବେ ନବୀନ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ ଦରବାର ଚମକିବ । ଦରବାରେ ନିଜେ ଉଭାହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୈକିରେ ବସି ଲୋକଙ୍କ ଅଭିଯୋଗ ଶୁଣିବେ । ରାୟ ଦେବେ ସମସ୍ୟା ସୁଧୁରିବ । ୯ ବର୍ଷ ପରେ ପୁଣି ଥରେ ଜନଦରବାରେ ଲୋକଙଅକ ସହ ଯୋଡିହେବାକୁ ଏମିତି ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନବକଳେବର ହେଉଛି । ନବୀନଙ୍କ ନୂଆ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ କରିବାକୁ ଯେଉଁ ସାଧାରଣ ଲୋକ ଆସିବେ ସେଥିଲାଗି ସେଠାରେ ସବୁ ପ୍ରକାର ସୁବିଧା ଖଞ୍ଜିବାକୁ କାମ ଚାଲିଛି ।
ଦିନକୁ ଦିନ ସାଧାରଣ ଲୋକଙ୍କର ସରକାରଙ୍କ ଉପରୁ ଭରସା ତୁଟୁଛି । ଏକଥା ବୋଧହୁଏ ମୁଖ୍ୟମନ୍ତ୍ରୀ ଏକଥା ବୁଝି ସାରିଲେଣି । ଗତ ପଞ୍ଚାୟତ ନିର୍ୱାଚନ ଫଳା ଫଳ ଏକଥା ବୁଝିବାକୁ ସରକାରର ମୁଖ୍ୟଙ୍କୁ ଏକ ପ୍ରକାର ବାଦ୍ୟ କରିଛି ବୋଲି ଚାଲିଛି ଚର୍ଚ୍ଚା । ଯେଉଁଥି ପାଇଁ ଆଉ ଅପିସରଙ୍କ ଉପରେ ଭରସା ନକରି ଲୋକଙ୍କ ସହ ଯୋଡି ହେବାକୁ ମନବଳେଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜେ ଲୋକଙ୍କ କଥା ଶୁଣିବାକୁ ଚାହିଁଛନ୍ତି । ଯାହା ୯ ବର୍ଷ ହେଲା କରିନଥିଲେ ଏବେ ପୁଣି ସେଇ ବାଟ ଆପଣେଇବାକୁ ଯାଉଛନ୍ତି ।ଆଉ କିଛି ମତ କହୁଛି ଏବେ ରାଜ୍ୟ ରାଜନିତୀର ପାଣିପାଗ ଯାହା ସେଥିରେ ଇମେଜ ବଦଳାଇବାକୁ ଏହା ଏକ ପ୍ରୟାସ । ୨୦୦୮ ଅଗଷ୍ଟରେ ଶେଷ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ। ତା’ପରେ ୯ ବର୍ଷ ହେଲା ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା। ଏହାକୁ ନେଇ ବିରୋଧୀ ଦଳ, ସାମାଜିକ ସଙ୍ଗଠନ, ସାଧାରଣ ଲୋକେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ଏମିତିକି ବିଧାନସଭାରେ ବି ପ୍ରଶ୍ନ ପଚାରି ତୁମ୍ବିତୋଫାନ କରିଥିଲେ ବିରୋଧୀ ।

ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତିକୁ ନେଇ ବେଶ ଉତ୍ସାହିତ ଶାଶକ ଦଳର ନେତା ଓ ମନ୍ତ୍ରୀ । ଅର୍ଥ ମନ୍ତ୍ରୀ ତଥା ଦଳର ମୁଖପାତ୍ର ଶଶୀଭୂଷଣ ବେହେରାଙ୍କ ଯୁକ୍ତି ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ଅଭିଯୋଗ ଶୁଣିବେ ଏହା ନିଶ୍ଚିତ ସ୍ୱାଗତ ଯୋଗ୍ୟ । ସେପଟେ କିନ୍ତୁ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତିକୁ ଗ୍ରହଣ କରିବା ମୁଡରେ ନାହାନ୍ତି ।ବିଜେପି କହିଛି ଏବେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଛି,ହେଲେ କିଛି ଲାଭ ହେବନି । ଲୋକେ ଜାଣିଲେଣି ଏ ସରକାର ଆଉ ଆସିବାର ନାହିଁ । ସେପଟେ କଂଗ୍ରସ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ନିର୍ୱାଚନ ସହ ଯୋଡିଛି । ଏତିରେ ଅଭିଯୋଗ ସମାଧାନ ହେବନି କି ଲøାକେ ଲାଭ ପାଇବେନି ବୋଲି କହିଛି କଂଗ୍ରେସ ।

Comments (0)
Add Comment