ହାଇଦ୍ରାବାଦ : ପ୍ରେମିକାକୁ ଚିଠି ନଦେବାରୁ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ତା ନିଜ ସ୍କୁଲର ୮ମ ଶ୍ରେଣୀରେ ପଢୁଥିବା ଜଣେ ଜୁନିୟର ଛାତ୍ରକୁ ଜିଅନ୍ତା ଜାଳି ଦେଇଛି । ଆନ୍ଧ୍ରପ୍ରଦେଶରେ ଘଟିଥିବା ଏହି ଘଟଣା କେବଳ ଆନ୍ଧ୍ର ପ୍ରଦେଶ କାହିଁକି ସାରା ଦେଶରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଖବର ଅନୁସାରେ ଦ୍ଦାଦଶ ଶ୍ରେଣୀରେ ପଢୁଥିବା ଛାତ୍ର ତା ନିଜ ସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଭଲ ପାଉଥିଲା । ଶନିବାର ଦିନ ସମୟରେ ନିଜ ପ୍ରେମିକା ନିକଟକୁ ଚିଠି ଦେବାକୁ ଉପାୟ ଖୋଜୁଥିଲା ଦ୍ୱାଦଶ ଶ୍ରେଣୀର ଛାତ୍ର ଜଣଙ୍କ । ଏହି ସମୟରେ ସେଇ ବାଟଦେଇ ଯାଉଥିବା ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ଦେଖି ଚିଠି ନେଇ ତାର ଦଶମ ଶ୍ରେଣୀର ଛାତ୍ରୀ ଜଣଙ୍କୁ ଦେବାକୁ କହିଥିଲା । ହେଲେ ଛାତ୍ର ଜଣଙ୍କ ପ୍ରେମ ଚିଠି ନେଇ ଛାତ୍ରୀଙ୍କୁ ଦେବାକୁ ମନା କରିଦେଲା । ଏଥିରେ ରାଗି ଯାଇ ଦ୍ୱାଦଶଶ୍ରେଣୀର ଛାତ୍ର ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ଜିଅନ୍ତା ଜାଳିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାରେ ଛାତ୍ର ଜଣଙ୍କର ଶରୀରର ୯୦ ଭାଗ ପୋଡି ଯାଇଛି । ସେ ଏବେ ଗରୁତ୍ୱର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୋଲିସକୁ ଖବର ଦିଆଯିବା ପରେ ଅଭିଯୁକ୍ତ ନାବାଳକ ଛାତ୍ରଙ୍କୁ ପୋଲିସ ହେପାଜକୁ ନେଇ ତଦନ୍ତ କରୁଛି ।
ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀର ଛାତ୍ର ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ପାଖକୁ ଆସିବାବେଳେ ସେ ସେ ଖାଇସାରି ବସିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଚିଠି ଦେବା ପାଇଁ କହିଥିଲେ । ହେଲେ ପୋଡିଯାିଥିବା ଅଷ୍ଟମ ଶ୍ରେଣୀର ଛାତ୍ର ସେଇ ଚିଠିକୁ ଚିରିଦେବା ସହ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସବୁ କଥା କହିଦେବ ବୋଲି କହିଥିଲା । ଏଥିରେ ରାଗିଯାଇ ଅଭିଯୁକ୍ତ ଛାତ୍ର ସ୍କୁଲର ଗାଡି ପାକିଂ ସ୍ଥାନକୁ ଯାଇ ଗାଡିରୁ ପେଟ୍ରୋଲ ଆଣି ପିଡୀତ ଛାତ୍ରଙ୍କ ଉପରକୁ ପକାଇ ନିଆଁ ଲଗାଇ ଦେଇଥିଲା ।