ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୬୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୫ ହଜାର ୬୭୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 28th September
New Positive Cases: 3067
In quarantine: 1809
Local contacts: 1258(Details of local contacts will be shared by concerned Dist Administration)
District Wise Cases
1. Angul: 129
2. Balasore: 146
3. Bargarh: 69
4. Bhadrak: 59
5. Balangir: 78— I & PR Department, Odisha (@IPR_Odisha) September 29, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୨୩୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୮, ଗଞ୍ଜାମ ଜିଲ୍ଲାରୁ ୩୪, ବଲାଙ୍ଗୀର ଜିଲ୍ଲାରୁ ୭୮, ବାଲେଶ୍ୱର ଜିଲ୍ଲାରୁ ୧୪୬, କୋରାପୁଟ ଜିଲ୍ଲାରୁ ୫୫, ଭଦ୍ରକ ୫୯, ରାୟଗଡ଼ା ଜିଲ୍ଲାରୁ ୪୧, ପୁରୀ ଜିଲ୍ଲାରୁ ୧୭୮, ସୁନ୍ଦରଗଡ଼ ଜିଲ୍ଲାରୁ ୬୨, ଜଗତସିଂହପୁର ଜିଲ୍ଲାରୁ ୮୪, ସମ୍ବଲପୁର ଜିଲ୍ଲାରୁ ୯୮, କଳାହାଣ୍ଡି ଜିଲ୍ଲାରୁ ୫୪, ଯାଜପୁର ଜିଲ୍ଲାରୁ ୬୦, କନ୍ଧମାଳ ଜିଲ୍ଲାରୁ ୮୧, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୪, ମାଲକାନଗିରି ଜିଲ୍ଲାରୁ ୨୪, ଗଜପତି ଜିଲ୍ଲାରୁ ୨୧, ମୟୂରଭଞ୍ଜ ଜିଲ୍ଲାରୁ ୧୪୩ , ଝାରସୁଗୁଡ଼ା ଜିଲ୍ଲାରୁ ୯୬, ଢେଙ୍କାନାଳ ଜିଲ୍ଲାରୁ ୯୧, ନବରଙ୍ଗପୁର ଜିଲ୍ଲାରୁ ୫୮, କେନ୍ଦୁଝର ଜିଲ୍ଲାରୁ ୮୧, ସୁବର୍ଣ୍ଣପୁର ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୧୨୯, ବରଗଡ଼ ଜିଲ୍ଲାରୁ ୬୯, ନୂଆପଡ଼ା ଜିଲ୍ଲାରୁ ୮୫, ଦେବଗଡ଼ରୁ ୧୫ ଓ ବୌଦ୍ଧ ଜିଲ୍ଲାରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୨୧୧ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।