ଭିକାରିଙ୍କୁ ଦିଆଯିବ ଧନ୍ଦାମୂଳକ ପ୍ରଶିକ୍ଷଣ,କିନ୍ନରଙ୍କୁ ମଧୁବାବୁ ପେନସନ ଦେବେ ରାଜ୍ୟ ସରକାର

ଭୁବନେଶ୍ବର : ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ ପାଇଁ  ଖୋଲାଯିବ ପ୍ରଶିକ୍ଷଣ କେନ୍ଦ୍ର । ଭିକାରିଙ୍କୁ ଦିଆଯିବ ଧନ୍ଦାମୂଳକ ପ୍ରଶିକ୍ଷଣ ଓ ସେମାନଙ୍କୁ ଥଇଥାନ କରାଯିବ । ପୁରୀ ସହରରୁ ପାଇଲଟ ପ୍ରୋଜେକ୍ଟ ଭାବେ ଏହା ଆରମ୍ଭ କରାଯିବ । ପରେ ଭୁବନେଶ୍ବର ସହରରେ ବି ସମାନ କାର୍ଯ୍ୟକ୍ରମ କରିବେ ସରକାର । ଏଥି ସହିତ କିନ୍ନରଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବାକୁ ସରକାରଙ୍କ ପ୍ରସ୍ତାବ ରହିଛି ।
ଭିକାରୀଙ୍କୁ ମିଳିବ ଧନ୍ଦାମୂଳକ ପ୍ରଶିକ୍ଷଣ ।  କିନ୍ନରଙ୍କୁ ମିଳିବ ପେନସନ । ବରିଷ୍ଟ ନାଗରିକ ଓ ମାନସିକ ଅନଗ୍ରସର ଏବଂ କିହ୍ନରଙ୍କ ରହିବା ଲାଗି ସମନ୍ବିତ ପୁନର୍ବାସ ଥଇଥାନ କେନ୍ଦ୍ର ଖୋଲିବେ ରାଜ୍ୟ ସରକାର । ଏନେଇ ଖୁବ ଶିଘ୍ର ଆରମ୍ଭ ହେବ ଯୋଜନା । ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ ଭିକାରୀ ମୁକ୍ତ ସହରର ପାଇଲଟ ପ୍ରୋଜେକ୍ଟ । ଏହା ପରେ ରାଜଧାନୀ ଭୁବନେଶ୍ବରରେକୁ ଭିକାରୀ ମୁକ୍ତ ସହର କରାଯିବା ଲାଗି କାର୍ଯ୍ୟକ୍ରମ କରିବେ ସରକାର । ଭିକାରୀ ମାନଙ୍କ ଯୋଗ୍ୟତା ଅନୁସାରେ ସେମାନଙ୍କୁ ଧନ୍ଦାମୂଳକ ପ୍ରଶିକ୍ଷଣ ଦିଆଯିବା ସହ ଥଇଥାନ କରିବେ ସରକାର । । ଭିକ୍ଷାବୃତ୍ତି ଲୋକଙ୍କୁ ଥଇଥାନ ପାଇଁ ଖୋଲାଯିବ ପ୍ରଶିକ୍ଷଣ କେନ୍ଦ୍ର । ଏଥି ସହିତ  କିନ୍ନର ମାନଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବାକୁ ସରକାର ସେମାନଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ କିହ୍ନର ଚିହ୍ନଟ ଆରମ୍ଭ ହୋଇଛି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି ।।
ବରିଷ୍ଠ ନାଗରିକ, କିହ୍ନର ଓ ମାନସିକ ଅନଗ୍ରସର ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାକୁ ସରକାର ସମନ୍ବିତ ପୁନର୍ବାସ ଥଇଥାନ କେନ୍ଦ୍ର ଖୋଲିବେ । ସହ ୯ଟି ଜିଲ୍ଲାରେ କେନ୍ଦ୍ର ଖୋଲାଯିବ । ୨୫ ଏକର ଜମିରେ ହେଉଥିବା କେନ୍ଦ୍ରରେ ୩ଟି କଂପ୍ଲେକ୍ସ ରହିବ ଏଥିରେ ମାନସିକ ଅନଗ୍ରସର, ବରିଷ୍ଠ ନାଗରିକ ଓ କିନ୍ନରଙ୍କ ପାଇଁ ରହିବାର ଅଲଗା ଅଲଗା ବ୍ୟବସ୍ଥା ହେବ । ରାଜ୍ୟରୁ ଭିକ୍ଷା ବୃତ୍ତି ବନ୍ଦ କରିବାକୁ ରାଜ୍ୟ ସରକାର ଭିକାରୀଙ୍କୁ ପ୍ରଶିକ୍ଷଣ ଦେଇ ଥଇଥାନ କରିବେ ।

Comments (0)
Add Comment