ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ମୋଟ୍ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୧୫୯ଟି କ୍ୱାରାଣ୍ଟାଇନ ମାମଲା ଥିବାବେଳେ ୨୩୫ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ୧୫୯ଟି କ୍ୱାରାଣ୍ଟାଇନ ମାମଲା ମଧ୍ୟରୁ ୧୫୮ଟି ମାମଲା ପୂର୍ବର ପଜିଟିଭ ମାମଲା ସହ ସମ୍ପର୍କିତ । ଜଣେ ସଂକ୍ରମିତ ଦିଲ୍ଲୀରୁ ଫେରିଥିଲେ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 7th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/0oYHQpWvpp— BMC (@bmcbbsr) September 7, 2020
ଆଜିର ୩୯୪ଟି ନୂଆ ମାମଲାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୬୮୯ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫୦୯୯ ରହିଛି । ସେହିପରି ସୋମବାରଦିନ ଭୁବନେଶ୍ୱରରେ ୩୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭୁବନେଶ୍ୱରରେ ମୋଟ ସୁସ୍ଥସଂଖ୍ୟା ୮୫୨୯ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୪୯ ଛୁଇଁଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।