ମାତୃଭାଷାରେ ବୈଷୟିକ ଶିକ୍ଷା ଲାଭ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ  :  ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା କରିପାରିବେ ଛାତ୍ରଛାତ୍ରୀ।  ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଏନଆଇଟିରେ ମଧ୍ୟ ଛାତ୍ରଛାତ୍ରୀ ନିଜ ଆଞ୍ଚଳିକ ଭାଷାରେ ଆସନ୍ତା ଶିକ୍ଷାବର୍ଷରୁ ଶିକ୍ଷା ଲାଭ କରିପାରିବେ। ଏନେଇ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

ମାତୃଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏନେଇ କିଛି ଏନଆଇଟି ଓ ଆଇଆଇଟିକୁ ତାଲିକାଭୁକ୍ତ କରାଯାଇଥିବା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାକରୀ କହିଛନ୍ତି। ଏହା ସହ ସ୍କୁଲ୍‌ ଶିକ୍ଷା ବୋର୍ଡର ପାଠ୍ୟକ୍ରମ ଆକଳନ ପରେ ପ୍ରତିଯୋଗିତା ମୂଳକ ପରୀକ୍ଷା ନିମିତ ସିଲାବସ୍‌ ପାଇଁ ଜାତୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ) ସହଯୋଗ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। କରୋନା କାଳରେ ବିଭିନ୍ନ ବୋର୍ଡ ସ୍କୁଲ୍‌ ପାଠ୍ୟକ୍ରମ ହ୍ରାସ କରିଛନ୍ତି। ତେଣୁ ଏଭଳି ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ସମୟରେ ସିବିଏସଇ ଓ ସିଆଇଏସ୍‌ସିଇରେ ପାଠ୍ୟକ୍ରମ ସ୍ଥାନୀୟ ଭାଷାରେ କରିବାକୁ ଯୋଜନା ନିଆଯିବ ବୋଲି ଜଣାପଡ଼ିଛି।

 

 

Comments (0)
Add Comment