ଓଡ଼ିଶାକୁ କୋରୋନା ଭୟ : ୫ରକ୍ତ ନମୁନାକୁ ପଠାଗଲା ପୁନେ

ଭୁବନେଶ୍ବର: ଓଡ଼ିଶାରେ କୋରୋନା ଭୟ । ଏନଆଇଭି ପୁନେକୁ ପଠାଗଲା ୫ ଜଣଙ୍କ ରକ୍ତ ନମୁନା । ସେପଟେ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କୁ ଏସସିବିରେ ଭର୍ତି କରାଯାଇଥିବାବେଳେ, ଅନ୍ୟ ୪ ଜଣକୁ ହୋମ ଆଇସୋଲେସନରେ ରଖାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାପାଳ ଓ ସିଡିଏମଓଙ୍କ ଅବଗତ କରିଛନ୍ତି । ଏହା ସହ କୋରୋନା ଭାଇରସକୁ ନେଇ ସଚେତନ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ, ଏହି ଭାଇରାସ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । ରୋଗୀ ଅତ୍ୟଧିକ ଗୁରୁତର ହେବାର ମଧ୍ୟ ଆଶଙ୍କା କମ ରହିଛି । ବୁଧବାର ଲୋକସଭା ଭବନରେ ମୁଖ୍ୟଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ କୋରୋନା ଭାଇରସ ମୁକାବିଲା ପ୍ରସ୍ତୁତିର ସମୀକ୍ଷା ପରେ ସୂଚନା ଦେଇଛନ୍ତି ଡିଏମଇଟି ଡା.ସିବିକେ ମହାନ୍ତି ।

Comments (0)
Add Comment