ସି-ସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ

କଟକ,(ଓପିଏ):ସି-ସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ କଟକ ଚୌଦ୍ୱାର ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଛି । ସୋମବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ପ୍ରଭାତ । ସିବିଆଇ ପ୍ରଥମେ ପ୍ରଭାତଙ୍କୁ ସଂଧ୍ୟା ୭ଟାରେ ହାଜର ହେବାକୁ ଫୋନ କରିଥିଲା । ଫୋନପାଇ ବିଧାୟକ ପ୍ରଭାତ ବିଶ୍ୱାଳ ସିବିଆଇ ଭୁବନେଶ୍ୱର ଅଫିସରେ ପହଁଚିଥିଲେ । ସେଠାରେ ତାଙ୍କୁ କିଛି ସମୟ ପଚରା ଉଚରା କରିଥିଲା ସିବିଆଇ । ପ୍ରଭାତଙ୍କୁ ସିବିଆଇ ଅଟକ ରଖିଛି ପୋଲି ପ୍ରଥମେ କହିଥିଲା ହେଲେ ବିଳମ୍ବିତ ରାତିରେ ପ୍ରଭାତଙ୍କୁ ଗିରଫ କରାଗଲା ବୋଲି ସିବିଆଇ ପ୍ରଭାତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ଆପିସିର ଘାରା ୧୨୦ ବି ଅନୁସାରେ ତାଙ୍କୁ ଗିରଫ କରା୍ୟାଇଛି ବୋଲି ସୂଚନା ଦେଇଛି ସିବିଆଇ । ଗତ ୨୦୧୪ ନଭେମ୍ବର ମାସ ୨୧ ତାରିଖରେ ସିବିଆଇ ଶ୍ରୀ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କୁ ସିସୋର ସହିତ ଯାଜପୁରର ୩୨ ଗୁଣ୍ଠ ଜମି କାରବାର ନେଇ ପଚରାଉଚରା କରିଥିଲା। ନଭେମ୍ବର ମାସ ୨୬ ତାରିଖଷର ଶ୍ରୀ ବିଶ୍ୱାଳଙ୍କୁ ସମନ କରିଥିଲା। ତେବେ ୨୦୧୭ ମସିହା ଜାନୁଆରି ୧୨ ତାରିଖ ଦିନ ସିବିଆଇ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ମହାନଦୀବିହାରସ୍ଥିତ ଘରେ ରେଡ୍‌ କରିଥିଲା।ଏହି ଘଟଣାରେ ପରେ ଗତକାଲି ରାତି ପ୍ରାୟ ୨ଟା ବେଳେ ସିବିଆଇ କଟକସ୍ଥିିତ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଛି।

Comments (0)
Add Comment