ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୯୬ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି | ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୯୬ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ୫୦ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି।
01 case in Puri
(In quarantine centre. WB returnee)04 cases in Balasore
(All in quarantine centres. 2 Maharastra, 1 Gujarat & 1 TN returnees)05 cases in Kalahandi
(All in quarantine centres. 2 Maharastra, 1Gujarat & 2 Telengana returnees)— I & PR Department, Odisha (@IPR_Odisha) May 30, 2020
ଗଞ୍ଜାମ ଜିଲ୍ଲାର ୬ଜଣଯାକ ସୁରତ ଫେରନ୍ତା। ଗଜପତି ଜିଲ୍ଲାର ୧୦ଜଣଯାକ ମହାରାଷ୍ଟ୍ର ଫେରନ୍ତା। ବାଲେଶ୍ୱରର ୪ଜଣଙ୍କ ଭିତରୁ ଜଣେ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର, ଜଣେ ଗୁଜୁରାଟ ଓ ଜଣେ ତାମିଲନାଡ଼ୁ ଫେରନ୍ତା ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧାର ୯ ସଂକ୍ରମିତଙ୍କ ଭିତରୁ ୫ଜଣ ସୁରତ ଫେରନ୍ତା, ୩ଜଣ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। କଳାହାଣ୍ଡି ଜିଲ୍ଲାର ୫ ଆକ୍ରାନ୍ତଙ୍କ ଭିତରୁ ୨ଜଣ ମହାରାଷ୍ଟ୍ର ଫେରନ୍ତା, ଜଣେ ଗୁଜୁରାଟରୁ ଓ ୨ଜଣ ତେଲେଙ୍ଗାନା ଫେରିଥିବା ଜଣାଯାଇଛି।
ଅପରପକ୍ଷରେ ନୟାଗଡ଼ ଜିଲ୍ଲାର ଆକ୍ରାନ୍ତଜଣଙ୍କ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାଯାଇଛି। ବଲାଙ୍ଗୀରରୁ ଚିହ୍ନଟ ୭ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି। ଜଗତସିଂହପୁର ଜିଲ୍ଲାର ୬ଜଣ ଆକ୍ରାନ୍ତଙ୍କ ଭିତରୁ ୩ ମହାରାଷ୍ଟ୍ର ଓ ୩ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। ଯାଜପୁର ଜିଲ୍ଲାର ୬ ସଂକ୍ରମିତଙ୍କ ଭିତରୁ ଜଣେ ଗୁଜୁରାଟ ଫେରନ୍ତା, ୪ଜଣ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ୭ଜଣଯାକ ମହାରାଷ୍ଟ୍ର ଫେରନ୍ତା। ଦେବଗଡ଼ ଜିଲ୍ଲାର ୪ଜଣଯାକ ତେଲେଙ୍ଗାନା ଫେରନ୍ତା ଅଛନ୍ତି। କେନ୍ଦ୍ରାପଡ଼ାର ୧୦ଆକ୍ରାନ୍ତଙ୍କ ଭିତରୁ ୬ଜଣ ଗୁଜୁରାଟ,ଜଣେ ମହାରାଷ୍ଟ୍ର ଓ ଜଣେ ରାଜସ୍ଥାନରୁ ଫେରିଥିବା ଜଣାଯାଇଛି।
04 cases in Nuapada
(All in quarantine centres. Maharashtra returnees)07 cases in Bhadrak
(All in quarantine centres. 4 Gujarat, 2 WB & 1 Maharashtra returnees)10 cases in Kendrapada
(All in quarantine centres. 8 Gujarat, 1 Maharashtra & 1 Rajasthan returnees)— I & PR Department, Odisha (@IPR_Odisha) May 30, 2020
ଭଦ୍ରକ ଜିଲ୍ଲାର ୭ଜଣଙ୍କ ଭିତରୁ ୪ ଗୁଜୁରାଟ ଫେରନ୍ତା, ୨ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି।ଢେଙ୍କାନାଳ ଜିଲ୍ଲାର ୨ଜଣଯାକ ମହାରାଷ୍ଟ୍ର ଫେରନ୍ତା । ନୂଆପଡ଼ାର ୪ଜଣଯାକ ମହାରାଷ୍ଟ୍ର ଫେରନ୍ତା ଥିବା ଜଣାଯାଇଛି। କେନ୍ଦୁଝରର ସଂକ୍ରମିତଜଣକ ତେଲେଙ୍ଗାନା ଫେରନ୍ତା ଓ ପୁରୀର ସଂକ୍ରମିତଜଣକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆଯାଇଛି । କଟକରୁ ଚିହ୍ନଟ ୬ ସଂକ୍ରମିତଙ୍କ ଭିତରୁ ୪ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ସଂକ୍ରମିତ ଆବୁଧାବି ଓ ଆରଜଣକ ଦୁବାଇ ଫେରନ୍ତା ବୋଲି ଜଣାଯାଇଛି।