୧ରୁ ଖୋଲିବ ସରକାରୀ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବନ୍ଦ ରହିଥିବା ସମସ୍ତ ସରକାରୀ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୧ ତାରିଖରୁ ଖୋଲିବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ମୁଖ୍ୟ ସଚିବ, ବିଭିନ୍ନ ବିଭାଗର ସଚିବ, ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ସ୍ୱାଭାବିକ ଭାବେ ପ୍ରତି ସୋମବାର ଦିନ କାର୍ଯ୍ୟକ୍ଷମ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments (0)
Add Comment