ଜୁଲାଇ ୧ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ,ଦଳୀୟ ସଙ୍ଗଠନ କାର୍ଯ୍ୟ ହେବ ସମୀକ୍ଷା

ଭୁବନେଶ୍ବର :  ବିଜେପି ଫୋକସରେ ଏବେ ଓଡିଶା । ପୂର୍ବାଭାରତ ଦଖଲ ମୁଡରେ ଥିବା ବିଜେପି ଏବେ ୨୦୧୯ ଲାଗି ଓଡିଶାକୁ ଟାର୍ଗେଟ କରିଛି । ସେଥିଲାଗି ରାଜ୍ୟକୁ ଗରୀବ ଯୋଜନା ପ୍ରୟୋଗଶାଳା କରୁଥିବା ନାରା ଦେଉଥିବା ବିଜେପିର କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଓଡିଶା ଆସୁଛନ୍ତି । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜୁଲାଇ୧ରେ  ଦିନିକିଆ ଓଡିଶା ଗସ୍ତରେ ଆସି ଦଳୀୟ ସଙ୍ଗଠନ ସ୍ଥିତି ସମୀକ୍ଷା କରିବେ । ଏହାକୁ ନେଇ ରାଜନିତି ସରଗରମ ହେଲାଣଇ । ସେପଟେ ବିରୋଧୀ କହୁଛନ୍ତି ଏହାର ଦଳୀୟ କାର୍ଯ୍ୟକ୍ରମ ,କିଛି ପ୍ରଭାବ ପଡିବନି ।

ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ଭୁବନେଶ୍ବରରେ  ଅମିତ ଦଳୀୟ ସଂଙ୍ଗଠନର ସ୍ଥିତି ସମୀକ୍ଷା କରିବେ । ବିଜେପିର ମିଶନ ଓଡିଶା ୧୨୦ ପ୍ଲସ ଲାଗି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିବା ଟାକ୍ସ ଆଦାୟ  କରିବେ । କ୍ଲଷ୍ଟର ଅନୁଯାୟୀ ଦଳୀୟ ସଂଙ୍ଗଠନର ସମୀକ୍ଷା ହେବ । ମିଶନ ଓଡିଶାର ରଣନିତୀ ପ୍ରସ୍ତୁତ କରାଯିବ । ଦଳର ବିଭିନ୍ନ ଛାମୁଆ ମୋର୍ଚ୍ଚା ଓ ଭିନ୍ନ ବର୍ଗଙ୍କୁ ନେଇ ଅଲଗା ଅଲଗା ବୈଠକ କରିବେ ଅମିତ । ବୁଥ ସ୍ତରରୁ ତୃଣମୂଳ କର୍ମୀଙ୍କୁ ନେଇ ସଂଗଠନ ସୁଦୃଢ କରିବା ପାଇଁ ଯେଉଁ ମନ୍ତ୍ର ଦିଆଯାଇଛି, ତାହା ସବୁଠି ପହଞ୍ଚିଛି ନା ନାହିଁ ତାର ମଧ୍ୟ ହିସାବ ନେବେ ଅମିତ ଶାହା  ଏନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେିଛନ୍ତି ।

ବିଜେପିର ଫୋକସରେ ରହିଛି ଓଡିଶା । ଓଡିଶାରେ ବିଜେପି କ୍ଷମତାରେ ନଆସିବା ଯାଏ ବିଜେପି ଲାଗି ସୁବଣ୍ଣ ଯୁଗ ଆସିନି ବୋଲି କେନ୍ଦ୍ରୀୟ ନେତୃତ୍ବ ଘୋଷଣା କରିଛନ୍ତି । ସେଥିଲାଗି ବିଜେପିର କେନ୍ଦ୍ରୀୟ ନେତୃତ୍ବ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି ଓ ବିଜେପି ଓଡିଆଙ୍କ ହକର ଲଢେଇରେ ସାମିଲ ହେଉଛନ୍ତି  । ଏମିତିକି ନିଜେ ରାଷ୍ଟ୍ରିୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡିଶା ଆସୁଛନ୍ତି । ଆଉ ଏବେ ୨୦୧୯ ନିର୍ବାଚନ ଆଗରୁ ଦଳର ସାଙ୍ଗଠନିକ ସ୍ଥିତି ଓ କର୍ମୀଙ୍କ ମନରେ ଯୋଶ ଦେବାକୁ ଆସୁଛନ୍ତି ନିଜେ ରାଷ୍ଟ୍ରିୟ ଅଧ୍ୟକ୍ଷ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ।  ହେଲେ ବିଜେଡି କହିଛି ସୁବଣ୍ଣ ଯୁଗ କେବେ ଆସିବ ତାହା ଜଣା ନାହିଁ । ଆମେ ଲୋକଙ୍କ ସହ ଅଛି । ହେଲେ ବିଜେପିର ହକର ଲଢେଇ କେବଳ ମୈଖିକରେ ସିମିତ ବୋଲି ମୁଖପାତ୍ର ସସ୍ମିତ ପାତ୍ର ପତିକ୍ରିୟା ରଖଇଛନ୍ତି । କହିଛନ୍ତି ଏହା ବିଜେପିର ଦଳୀୟ କାର୍ଯ୍ୟକ୍ରମ । ୨୦୧୪ ପରଠୁ ଅମିତ ଶାହ ବହୁଥର ଆସିଛନ୍ତି ,ଯାହାର ଜବାବ ରାଜ୍ୟ ବାସି ଦେଇଛନ୍ତି । ତେଣୁ ବିଜେଡି ଉପରେ ଏହାର କିଛି ପ୍ରଭାବ ପଡିବନି । ଆଉ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି  ଏହା ଦଳୀୟ କାର୍ଯ୍ୟକ୍ରମ । ମୋଦି କଟକ ଆସି କଣ କହିଲେ ତାହା ସମସ୍ତେ ଜାଣନ୍ତି ।

ସେପଟେ ଜୁଲାଇ ପ୍ରଥମ ସ୍ପାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆସୁଛନ୍ତି । ଝାରସୁଗୁଡା ଆସି ବିମାନବନ୍ଦର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ବୋଲି ସୂଚନା ମିଳିଛି ।

Comments (0)
Add Comment