ଭୁବନେଶ୍ୱର : ଗାଧୋଇ ସାରିବା ପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଛି । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା, ତଥାପି ଜ୍ୱର କମୁନି । କାଳିଆର ଦେହ ହାତରେ ପ୍ରବଳ ପୀଡା ଲାଗୁଛି । ପାଞ୍ଚ ଦିନ ହେଲାଣି ପ୍ରଭୁଙ୍କ ଶ୍ରୀଅଙ୍ଗରୁ ପୀଡା କମିବାର ନାଁ ନେଉନି । ତେଣୁ ବଡଓଡିଆ ମଠରେ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲକୁ ଆଜି ଜ୍ୱର ଓ ପୀଡା ଉପସମ ଲାଗି ଶ୍ରୀଅଙ୍ଗରେ ମାଲିସ କରାଯିବ । ଆଉ ମାଲିସପରେ ଆଜି ଠୁ ଧୀରେ ଧୀରେ ସୁସ୍ଥ ହେବେ ମହାପ୍ରଭୁ । ୧୪ରେ ସୁସ୍ଥ ହୋଇ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେବେ ଶ୍ରୀ ଜିୟୁ ।