ବିଜେଡିର ୩୮ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା; ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଅଧ୍ୟକ୍ଷ ଦାୟିତ୍ଵ

ଘୋଷଣା ହେଲା ବିଜେଡିର ନିର୍ବାଚନ ଇସ୍ତାହାର କମିଟି । ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ କମିଟି ଅଧ୍ୟକ୍ଷ ହୋଇଛନ୍ତି । ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଉପାଧ୍ୟକ୍ଷ ଭାବରେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି ।

ସେହିପରି ୩ ସଦସ୍ୟ (ଆବାସିକ ଓଡ଼ିଶା ବିଶେଷଜ୍ଞ) ଡ. ସୁକାନ୍ତ କୁମାର ମହାପାତ୍ର, ସୋପନେନ୍ଦୁ ମହାନ୍ତି ଓ ଅମୀୟ ମିଶ୍ର ସାମିଲ ଅଛନ୍ତି।। ଅମର ପଟ୍ଟନାୟକଙ୍କୁ ଆବାହକ ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ସସ୍ମିତ ପାତ୍ରଙ୍କୁ ସହ ଆବାହକ ଦାୟିତ୍ବ ପ୍ରଦାନ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଇସ୍ତାହାରରେ ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନକୁ ପ୍ରାଥମିକତା ଦିଆଯାଇଛି।

ସଦସ୍ୟମାନଙ୍କ ନାମ:

ଅତନୁ ସବ୍ୟସାଚୀ ନାୟକ, ଡ. ଅଚ୍ୟୁତ ସାମନ୍ତ, ଡ. ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂହ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଶେଖ୍ ନିଜାମୁଦ୍ଦିନ୍, ତନ୍ମୟ ସ୍ୱାଇଁ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଶ୍ରୀମତୀ ବିଷ୍ଣୁପ୍ରିୟା ଦାସ, ସଞ୍ଜିତ୍ ମହାନ୍ତି, ଶ୍ରୀମତୀ ପଙ୍କଜିନୀ ମଙ୍ଗରାଜ, ଶ୍ରୀମତୀ ମାମିନା ନାୟକ, କିଶୋର ଦେବତା ।

 

Announcement of the 38-member election committee of BJD; Chairman responsibility to MP Chandrashekhar Sahu
Comments (0)
Add Comment