ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣା; ଆଉ ଜଣେ ମୃତ

ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଛି। ବିଭିନ୍ନ ମେଡିକାଲରେ ଅନ୍ୟ ୨୬ଜଣ ଆହତଙ୍କ ଚିକିତ୍ସା ଚାଲିଛି। ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଚାପଖେଳ ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟି ଅଘଟଣ ଘଟିଥିଲା। ଏଥିରେ ୩୦ରୁ ଅଧିକ ଆହତ ହୋଇଥିଲେ।

ଘଟଣାରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି। ଗୁରୁବାର ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Arrow explosion incident at Narendra Pond; Another dead
Comments (0)
Add Comment