ଭାଟିଆ ପରିବାର୧୧ ଜଣଙ୍କ ମୃତ୍ୟୁ ଘଟଣା : ବଞ୍ଚାଇ ପାରିଲାନି ରହସ୍ୟ ମୟ ନୀଳ ପାଣି

ନୂଆଦିଲ୍ଲୀ : ଅନ୍ଧ ବିଶ୍ୱାସ ହିଁ ଭାଟିଆ ପରିବାର ମୃତ୍ୟୁର କାରଣ ବୋଲି ଧିରେ ଧିରେ ସ୍ପଷ୍ଟ ହେଉଛି । ଆତ୍ମ ହତ୍ୟା ପ୍ରସ୍ତୁତି ଚଳାଇଥିଲେ ବି ପୁରା ପରିବାର ବଞ୍ଚିଯିବେ ବୋଲି ବିଶ୍ୱାସ ରଖିଥିଲେ । ନିଜ ବେକରେ ତାର ଏବଂ ଲୁଗା ଲଗାଇ ଝୁଲିଥିଲେ ହେଁ ଭାଟିଆ ପରିବାର ପ୍ରାଣ ହରାଇବେ ବୋଲି କେବେ ଚିନ୍ତାକରି ନଥିଲେ । ପାଣି ନୀଳ ହୋଇଗଲେ, ସେମାନେ ବଞ୍ଚିବେ ବୋଲି ଆଶା କରିଥିଲେ । ପୁଲିସ୍ ଜବତ କରିଥିବା ୧୧ଟି ଡାଏରୀରୁ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି । ସେମାନେ ଏଭଳି ଝୁଲନ୍ତା ଅବସ୍ଥାରେ ରହିଲେ ଭାଟିଆ ପରିବାରର ମୁଖ୍ୟ ବା ଲଳିତ ଭାଟିଆଙ୍କ ବାପାଙ୍କ ଆତ୍ମା ସେମାନଙ୍କୁ ରକ୍ଷା କରିବେ ବୋଲି ଡାଏରୀରେ ଉଲ୍ଲେ୍ଖ ରହିଛି । ୧୦ ବର୍ଷ ତଳେ ବାପାଙ୍କ ମୃତ୍ୟୁ ଘଟିଥିଲେ ହେଁ ଲଳିତ ଭାଟିଆ ତାଙ୍କ ସହ କଥା ହେଉଥିଲେ ବୋଲି ପୂର୍ବରୁ ପୁଲିସ୍ ଜାଣିବାକୁ ପାଇଛି । ଦୀର୍ଘ ୧୧ ବର୍ଷ ହେଲା ଭାଟିଆ ପରିବାରର ନାତୁଣୀ ପ୍ରିୟଙ୍କା ହିଁ ଲଳିତଙ୍କ ନିର୍ଦ୍ଦେଶ ପାଇ ୧୧ଟି ଡାଏରୀରେ ଏସବୁ କଥା ଲେଖୁଥିଲେ । ଆତ୍ମହତ୍ୟା ଦିନ ଶେଷ ଥର ପାଇଁ ପ୍ରିୟଙ୍କା ଡାଏରୀରେ ଲେଖିଥିଲେ ଯେ ଗୋଟିଏ କପ୍ରେ କିଛି ପାଣି ରଖ । ଯେତେବେଳେ ଏହାର ରଙ୍ଗ ବଦଳିବ ମୁଁ ଆସିବି ଏବଂ ତୁମମାନଙ୍କୁ ରକ୍ଷା କରିବି । ଏହି କର୍ମ ପରେ ଆମେ ସମେସ୍ତ ଏକାଠି ହେବା ବୋଲି ଏଥିରେ ଉଲ୍ଲେଖ ରହିଛି ।

Comments (0)
Add Comment