ଭାଉଜ ସହ ଦିଅର ରଖିଥିଲା ଶାରୀରିକ ସଂପର୍କ , ଭାଇର ମୃତ୍ୟୁ ପରେ ବାହାହେବାକୁ କହି ମନ ଭରିବାରୁ ହେଲା ଫେରାର.

ମୁଜାଫରପୁର : ସଂପର୍କ ଦିଅର ଭାଉଜର । କିନ୍ତୁ ଭାଇର ମୃତ୍ୟୁ ପରେ ଦିଅର ଭାଉଜ ଚାଲିଥିଲା ଗୁପ୍ର ପ୍ରଣୟ । ଭାଉଜକୁ ବାହା ହେବାକୁ କହି ଦିଅର, ଭାଉଜ ସହ ଶାରୀରୀକ ସଂପର୍କ ରଖିଲା । ହେଲେ ମନ ଭରିବାରୁ ଦେଲା ଧୋକ୍କା । ଭାଉଜ ବାହାହେବାକୁ ବାଧ୍ୟ କରିରାରୁ ଭାୁଜକୁ ଛାଡି ଫେରାର ହୋଇଗଲା ଦିଅର । ଅମିତି ଅଭିଯୋଗ ହୋଇଛି ମୁଜାଫରପୁରରେ । ସ୍ୱାମୀଙ୍କ ମୃତ୍ୟୁ ପରେ ଦିଅର ବାହାହେବାକୁ ମିଛ ଲୋଭ ଦେଖାଇ ଶାରୀରୀକ ସଂପର୍କ ରଖିଥିଲା ଓ ବାହାହେବା କଥା ପଡିବାରୁ ଫେରାର ହେଲା ବୋଲି ଭାଉଜ ପୋଲିସ ନିକଟରେ ଅଭିଯୋଗ କରିଛି ।

ମହିଳା ଜଣକ ସ୍ୱାମୀଙ୍କ ମୃତ୍ୟୁ ପରେ ସାହାରା ପାଇବା ପାଇଁ ଦିଅରଙ୍କ କଥାରେ ଭଳି ଯାଇଥିଲେ। ତାଙ୍କ ଦିଅର ତାଙ୍କୁ ବିବାହ କରି ତାଙ୍କ ସହ ପୁଣି ନୂଆ ସଂପର୍କ ଆରମ୍ଭ କରିବେ ବୋଲି ବହୁ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପଛରେ ଜାଣିବାକୁ ମିଳିଲା ଯେ ମହିଳାଙ୍କ ଦିଅର କେବଳ ଶରୀର ଲୋଭରେ ତାଙ୍କୁ ମିଥ୍ୟା ଆଶ୍ୱାସନା ଦେଇଥିଲେ। ପରେ ପରିବାର ଲୋକଙ୍କ ଚାପରେ ପଡ଼ି ଅଭିଯୁକ୍ତ ଦିଅର ମହିଳାଙ୍କୁ ବିବାହ କରିବାକୁ ମନା କରି ଦେଇଛନ୍ତି ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି। କେଉଁଆଡ଼େ ଫେରାର୍‌ ହୋଇଯାଇ ଥିବା ଏହି ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Comments (0)
Add Comment