ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ରବିବାରଠୁ ଭିତରକନିକା ବନ୍ଦ

ରାଜନଗର : ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ରବିବାରଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ୪ ତାରିଖରୁ ଭିତରକନିକା ଆର୍ଦ୍ରଭୂମିରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀମାନଙ୍କ ଗଣନାକାର୍ଯ୍ୟ ଆରମ୍ଭ ହେବ । ଏଥିସହ ୧୦ ତାରିଖ ଠାରୁ ୧୪ ତାରିଖ ଯାଏଁ ଭିତରକନିକା ଭିତରେ ଓ ବାହାରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା କରାଯିବ । ପକ୍ଷୀଗଣନା ପାଇଁ ରାଜନଗର ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟରେ ପକ୍ଷୀଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ]

ଏଥିରେ ବମ୍ବେସ୍ଥିତ ନେଚୁରାଲ ହିଷ୍ଟ୍ରି ଅଫ୍ ସୋସାଇଟିର ପକ୍ଷୀ ବିଶେଷଜ୍ଞ ଡ. ପି. ବାଲଚନ୍ଦ୍ରନ, ପୂର୍ବତନ ରାଜ୍ୟ ବନସଂରକ୍ଷକ ଅଜୟ କୁମାର ଜେନା, ପକ୍ଷୀ ବିଶେଷଜ୍ଞ ସୁନୀଲ ଦତ୍ତ, ଗୋହର ଆବେଦିନ, ଡ. ଶିବ ପରିଡ଼ା, ଡ. ବିଶ୍ୱଜିତ ମହାନ୍ତି ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ପକ୍ଷୀ ଚିହ୍ନଟ, ଗଣନାର ବିଭିନ୍ନ ଦିଗ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇଥିଲେ । ପକ୍ଷୀଗଣନା ପାଇଁ ୫୮ଜଣଙ୍କୁ ନେଇ ୧୬ଟି ଟିମ ଗଠନ କରାଯାଇଛି । ଏହି ଟିମଗୁଡ଼ିକ ବରୁଣେଇ ମୁହାଣ, ହଂସିଣା ଘାଟ, ସାତଭାୟା, ଚିଞ୍ôଚରି ମାଉଥ, ମଇପୁରା ରିଭରମାଉଥ, ଭିତରକନିକା ପାଟିଆ, ବଗଗହନ, କ ଣ୍ଟିଆଖାଇ, କାଳିଭଞ୍ଜଡିଆ, ଶାସନପେଟା, ବତିଘର, ଜଟାଧାର, ହାୱାଖାନା, ବନ୍ଦର ପ୍ରଭୃତି ସ୍ଥାନରେ ଏହି ଟିମ ଗଣନା କରିବେ
ବୋଲି ଡିଏଫ୍ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Comments (0)
Add Comment