ଭୁବନେଶ୍ବର ନିୟୁ ରେଳଷ୍ଟେସନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ଉଦଘାଟିତ : ଯୋଗ ଦେଲେନି ବିଜେଡି ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ବର  : ଭୁବନେଶ୍ବର ଉପକଣ୍ଠ କଳାରାହାଙ୍ଗ ନିକଟରେ ଭୁବନେଶ୍ବରରେ ନୂଆ ରେଳଷ୍ଟେସନ ଉଦଘାଟିତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ରେଲୱେ ଷ୍ଟେସନ ଉଦଘାଟନ କରିଛନ୍ତି । ଏଥି ସହ ଭୁବନେଶ୍ବର ଷ୍ଟେସନରେ ନିର୍ମିତ ହୋଇଥିବା ଫୁଟ ଓଭରବ୍ରିଜ ଏବଂ ଖୋର୍ଦ୍ଧା ରୋଡଠାରେ ନୂତନ ମେମୁ ସେଡ ଏବଂ ରଥଯାତ୍ରା ପାଇଁ ଏକ ମୋବାଇଲ ଆପ ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ପ୍ରଥମ କରି ନୂଆ ଷ୍ଟେସନରୁ ଚାଲିବ ମେମୁ ଟ୍ରେନ୍ । ୩ଟି ଟ୍ରେନ ପୁରୀ-ହାୱଡା, ରାଉରକେଲା-ପୁରୀ ପାସେଞ୍ଜର ଟ୍ରେନ ଓ କଟକ-ବ୍ରହ୍ମପୁର ମେମୁ ସେଡର ସୁବିଧା ପାଇପାରିବେ ଯାତ୍ରୀ । ତେବେ ଲୋକାର୍ପଣ ସମାରୋହରେ ରେଲୱେକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । କାଇପଦରରୁ ରାଜଆଠଗଡ ପର୍ଯ୍ୟନ୍ତ ବାଇପାସ୍ କରିବାକୁ ପ୍ରସ୍ତାବ । ରଥଯାତ୍ରା ପାଇଁ ବିଭିନ୍ନ ସ୍ଥାନରୁ ୧୮୪ଟି ଟ୍ରେନ ଚଳାଚଳ କରୁଛି । ଅଧିକ ୨-୩ଟି ଟ୍ରେନ୍ ଚଳାଚଳ କରିବାକୁ ମଧ୍ୟ ରେଲୱେକୁ ପ୍ରସ୍ତାବ ଦେଇଛନ୍ତି ଧର୍ମେନ୍ଦ୍ର ।

ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକଙ୍କ ସମେତ ସଂସ୍କତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମ୍ମୁଖଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଏହି ଉତ୍ସବରେ କେହି ଯୋଗ ଦେଲେ ନାହିଁ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ବିକାଶ ମୂଳକ କାମରେ ରାଜନୀତି କରିବା ଅନୁଚିତ୍ । ଭୁବନେଶ୍ବର ନୂଆ ରେଲୱେ ଷ୍ଟେସନ ଲୋକାର୍ପଣ ଉତ୍ସବରେ ପୂର୍ବତଟ ରେଲୱେ ପକ୍ଷରୁ ନିମନ୍ତ୍ରିତ ହୋଇଥିବା ଓଡ଼ିଶାର ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ନଥିବାରୁ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଏଭଳି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଏହାର ପ୍ରତିକ୍ରିୟା ରଖି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ମୁଁ ମୋ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଥିଲି । ତେଣୁ ଯାଇପାରି ନଥିଲା । କିନ୍ତୁ ଆମେ ବିକାଶ କରୁଛୁ । ସେହିପରି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ବିକାଶ ନେଇ କେବେ ବିଜେଡି ରାଜନୀତି କରେନି ।

Comments (0)
Add Comment