ଶଙ୍ଖ ଧରିଲେ ପ୍ରଣୟ ସାହୁ, କଂଗ୍ରେସ ଛାଡି ନବୀନ ନିବାସରେ ବିଜେଡିରେ ମିଶିଲେ


ଭୁବନେଶ୍ବର : ଶଙ୍ଖ ଧରିଲେ ପ୍ରଣୟ ସାହୁ । ଗାଇସିଲାଟ୍ ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସର ବିଜେପୁର ଉପନିର୍ବାଚନ ପରାଜିତ ପ୍ରାର୍ଥୀ ପ୍ରଣୟ ସାହୁ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ିରେ ପ୍ରଣୟ ସାହୁ ଯୋଗ ଦେଇଛନ୍ତି । ବିଜେପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁଙ୍କ ବିରୋଧରେ କଂଗ୍ରେସରୁ ନିର୍ବାଚନ ଲଢିଥିଲେ ପ୍ରଣୟ ସାହୁ । ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଗଡ ରକ୍ଷା କରିବାରେ ବିଫଳ ହେବା ସହ ଅମାନତ ମଧ୍ୟ ହରାଇଥିଲେ । ଯାହା କଂଗ୍ରେସ ପାଇଁ ଏକ ବଡ ଝଟକା ଥିଲା ।

ତେବେ ରୀତା ସାହୁଙ୍କ ଉପସ୍ଥିତିରେ ତଥା ଶହ ଶହ କର୍ମୀଙ୍କ ଉପସ୍ଥିତରେ ଶଙ୍ଖ ଧରିଛନ୍ତି ପ୍ରଣୟ । କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଣୟ କହିଥିଲେ, ଉପ-ନିର୍ବାଚନରେ ପରାଜୟର କାରଣ ଖୋଜି ସମୀକ୍ଷା କରିବାକୁ ଦଳୀୟ ନେତୃତ୍ୱଙ୍କୁ କହିଥିଲି । କିନ୍ତୁ ସମୀକ୍ଷା ହେଲା ନାହିଁ । କଂଗ୍ରେସ ପୁନର୍ବିନ୍ୟାସରେ ବି ମୋର କିଛି ଭୂମିକା ରହିଲାନି । ତେଣୁ ଇସ୍ତଫା ଦେଲି ବୋଲି କହିଛନ୍ତି ପ୍ରଣୟ ।

Comments (0)
Add Comment