ଭୁବନେଶ୍ବର: ଆଜିଠୁ ରାଜଧାନୀରେ ଚିକେନ ବିକ୍ରି ଉପରେ ଲାଗିବ କଟକଣା। ବିଭିନ୍ନ ଚିକେନ ସେଂଟର ଉପରେ ରେଡ କରିବ ରାପିଡ ଆକ୍ସନ ଟିମ। ଓୟୁଏଟିର ୧ କିମି ପର୍ଯ୍ୟନ୍ତ ପରିଧି ଭିତରେ ପ୍ରଥମେ ଏହା କରାଯିବ ।
ଏଥିରେ କୁକୁଡା ମାରିବା ସହ ଅଣ୍ଡା ଓ ଖାଦ୍ୟ ନଷ୍ଟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ ୧କିମି ପର୍ଯ୍ୟନ୍ତ, ପରେ ୩କିମି ଓ ତାପରେ ୧୦ କିମି ପର୍ଯ୍ୟନ୍ତ କୁକୁଡା ନଷ୍ଟ ପାଇଁ ଯୋଜନା ରହିଛି ।
ତେବେ ଓୟୁଏଟିରେ ଥିବା କୁକୁଡା ଗବେଷଣା କେନ୍ଦ୍ରରେ ପ୍ରଥମେ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦୦କୁକୁଡା ମରିଥିଲେ। ପରେ ୩୦୦ ଓ ତା ପରେ ୧୨୦୦ କୁକୁଡା ମରିଥିଲେ ଯାହାର ପୋଷ୍ଟମର୍ଟମ କରିବା ସହ ଭୋପାଳକୁ ନମୁନା ପଠାଯାଇଥିଲା । ରିପୋର୍ଟ ପଜେଟିଭ ଆସିବା ପରେ କୁକୁଡା ମାରିବାକୁ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯାଇଥିଲା। ତେବେ ୨୫୦୦ କୁକୁଡା ଗବେଷଣା କେନ୍ଦ୍ରରେ ରହିଥିବା ବେଳେ ୧୨ଶହ କୁକୁଡା ମରିସାରିଲେଣି।