ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡିର କାଳିଆ ସମାବେଶ ସଜବାଜ

ଭୁବନେଶ୍ବର : ମୋଦିଙ୍କ ପରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡିର ସଜବାଜ । ଭୁବନେଶ୍ବରରେ ରାହୁଲଙ୍କ କାର୍ଯ୍ୟକ୍ରମ ବେଳେ ପୁରୀରେ କାଳିଆ ଯୋଜନା କାର୍ଯ୍ୟକ୍ରମରେ ଲକ୍ଷେ ଚାଷୀଙ୍କ ସମାବେଶ ଆୟୋଜନ କରିବେ ରାଜ୍ୟ ସରକାର । ଏଥିପାଇଁ ବିଜେଡି ବ୍ୟାପକ ଆଯୋଜନରେ ମାତିଛି । ୨୫ ତାରିଖରେ ବିଜେଡି-କଂଗ୍ରେସର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିବ । କାରଣ ଜାନୁଆରୀ ୨୫ ତାରିଖରେ ଓଡିଶା ଆସି ଭୁବନେଶ୍ୱର ତମାଣ୍ଡୋ ପଡିଆରେ ବିରାଟ ଜନସଭାକୁ ସମ୍ବୋଧିତ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ସମାନ ଦିନରେ ପୁରୀ ତାଳିବଣିଆରେ ରାଜ୍ୟ ସରକାରଙ୍କ ପରିଚାଳିତ ସବୁଠାରୁ ବଡ କାଳିଆ ଯୋଜନାର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୫ରେ ରାହୁଲ ଗାନ୍ଧି ଭୁବନେଶ୍ବର ଉପକଣ୍ଠରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଭୁବନେଶ୍ୱର ତମାଣ୍ଡୋ ପଡିଆରେ ସେ ସାଧାରଣ ସଭାକୁ ସମ୍ବୋଧନ କରିବେ । ସିଭିଲ ସୋସାଇଟି, ଚାଷୀ, ହାଲ ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କୁ ଭେଟି ଆଲୋଚନା କରିବେ । ସାମ୍ବାଦିକ ସମ୍ମିଳନୀ କରି ନିଜ ମତ ରଖିବେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମ ଖଞ୍ଜି ଦିଆଯାଇଛି ।

ମୋଦିଙ୍କ ଭଳି ରାହୁଲଙ୍କୁ କାଉଣ୍ଟର କରିବାକୁ ବିଜେଡିର ଯୋଜନା । ୨୫ରେ ରାହୁଲ ଗାନ୍ଧି ଯେତେବେଳେ ଭୁବନେଶ୍ବର ଉପକଣ୍ଠରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଥିବେ ସେତିକି ବେଳେ ପୁରୀରେ ନବୀନ ଲକ୍ଷେ କୃଷକଙ୍କ ସମାବେଶ କରିବେ । ଅର୍ଥାତ ଭୁବନେଶ୍ବରରେ ରାହୁଲଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର ପାଇଁ ପୁରୀରେ ତାଳବଣିଆ ପଡିଆରେ ପତିଆରା ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଯୋଜନାରେ ଚାଷୀଙ୍କୁ ଡାକି ଟଙ୍କା ବାଣ୍ଟିବା କାମ କରିବେ ନବୀନ । ଯଦିବା ଏହା ସରକାରୀ କାର୍ଯ୍ୟକ୍ରମ , କିନ୍ତୁ ସାରା ରାଜ୍ୟରୁ କୃଷକ ମାନେ କିଭଳି ପୁରୀ ସମାବେଶରେ ଯୋଗଦେବେ ତାପାଇଁ ପୂରା ଦମରେ ଲାଗିଛି ବିଜେଡି । ଆଗରୁ ମୋଦିଙ୍କ କାର୍ଯ୍ୟକ୍ରମ ଦିନ ନବୀନ ମଧ୍ୟ କାର୍ଯ୍ୟକ୍ରମ ରଖି କାଉଣ୍ଟର କରିଆସୁଥିଲେ । ଏବେ ରାହୁଲ ଗାନ୍ଧିଙ୍କ କେସ୍ ରେ ବି ସେଇଆ । ଏମିତି କରି ଉଭୟ ଗଣମାଧ୍ୟମ ଓ ଲୋକଙ୍କ ଦୃଷ୍ଟି କେନ୍ଦ୍ରୀୟ ନେତାଙ୍କ ଆଡୁ ଏଡେଇବାକୁ ଯୋଜନାରେ ବିଜେଡି ।

Comments (0)
Add Comment