ଜଗତସିଂହପୁର : ଜଗତସିଂହପୁର କୁଜଙ୍ଗରେ ବିଜେଡି ମହିଳା ସମାବେଶକୁ ନେଇ ସରଗରମ ହୋଇଛି ଜିଲ୍ଲା ବିଜେଡି ରାଜନୀତି । ବିଜେଡିରୁ ବିଦା ହେବା ପରେ ମହିଳା ସମାବେଶ ନାଁରେ ଦାମଙ୍କ ଗଡରେ ତାଙ୍କ ଅନୁଗତଙ୍କୁ ଏକାଠି କରି ଦମ ଦେଖାଇଛି ବିଜେଡି । ହେଲେ ସମାବେଶର ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠି ମୁହାଁ ମୁହିଁ ହେବା ଓ ଜଗତସିଂହପୁରରେ ସମାନ୍ତରାଳ ସଭା ଆୟୋଜନ କରାଯିବାକୁ ନେଇ ବି ବିଜେଡି ଦଳୀୟ କନ୍ଦଳକୁ ପଦାରେ ପକାଇଛି ।
କୁଜଙ୍ଗ ସମାବେଶରେ ଜିଲ୍ଲାର ସବୁ ନେତା ଯୋଗ ଦେଇଥିବାବେଳେ ଜିଲ୍ଲା ସଭାପତି ବିଷ୍ଣୁ ଦାସ କିନ୍ତୁ ଯୋଗ ଦେଇ ନଥିଲେ । ଯାହାକୁ ନେଇ ଦଳୀୟ କନ୍ଦଳ ପଦାକୁ ଆସିଛି । ପାରାଦୀପରେ ଫାଟ ଯୋଡିଲା ବେଳକୁ ତିର୍ତ୍ତୋଲରେ ଗୋଷ୍ଠି କନ୍ଦଳ ପଦାରେ ପଡିଛି । କୁଜଂଗରେ ମହିଳା ସମାବେଶକୁ ନେଇ ମୁହାଁ ମୁହିଁ ହୋଇ ଛନ୍ତି ବିଜେଡିର ଦୁଇ ଗୋଷ୍ଟି । ତିର୍ତ୍ତୋଲ ବିଧାୟୀକାଙ୍କ ଶୋଭାଯାତ୍ରାକୁ ତାରପୁର ନିକଟରେ ତାଙ୍କ ବିରୋଧୀ ଗୋଷ୍ଠି ବିରୋଧ କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ରାଜଶ୍ରୀଙ୍କ ବିରୋଧରେ ଏମାନେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସ୍ମାରକ ପତ୍ର ଦେିଛନ୍ତି । ଏହା ସହ ରାଜଶ୍ରୀ ହଟାଅ ତିର୍ତୋଲ ବଞ୍ଚାଅ ନାରା ଦେିଥିଲେ ।ଏହାକୁ ନେଇ ବିରୋଧୀ ଓ ରାଜଶ୍ରୀଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସିତ ହେବା ସହ ଉତେଜନା ପ୍ରକାଶ ପାଇଥିଲା । ଯାହା ଦଳର କନ୍ଦଳକୁ ପଦାରେ ପକାଇଛି। ସେପଟେ ରାଜଶ୍ରୀ କହିଛନ୍ତି ଯିଏ ଏମିତି କରିଛନ୍ତି ଆଗାମୀ ଦିନରେ ତାର ଫଳ ସେ ଭୋଗିବେ। ସେପଟେ ସମାବେଶରେ ବିଷ୍ଣୁ ଦାସ ଯୋଗ ଦେଇ ନଥିବାବେଳେ ତାଙ୍କ ସମର୍ଥକ ଜଗତସିଂହପୁର ରେ ଏକ ସମାନ୍ତରାଳ ମହିଳା ସମାବେଶରଆୟୋଜନ କରିଥିଲେ । ଆଉ ଏହାକୁ ନେଇ ବିଷ୍ଣୁ ଦାସ କହିଛନ୍ତି, ତାରପୁର ନିକଟରେ ହୋଇ ଥିବା ବିରୋଧ ବାବଦରେ ସେ ଜାଣି ନାହାଁନ୍ତି । ସେପଟେ ଏହାକୁ ଦେଖି ଦାମ କିନ୍ତୁ ଦଳକୁ କେଞ୍ଚିବାକୁ ଭୁଲି ନାହାନ୍ତି ।
ଦଳରୁ ଦାମଙ୍କ ବହିଷ୍କାର ପରେ ଜିଲ୍ଲା ବିଜେଡି ରାଜନୀତିରେ ଥିବା କନ୍ଧଳ ଆହୁରି ରୋଚକ ମୋଡକୁ ଆସିଛି । ହେଲେ ଏହାର ପ୍ରଭାବ ଜିଲ୍ଲାର ବିଜେଡିର ବିଜେଡି ରାଜନୀତିକୁ କେିଁ ମୋଡ ଦେଉଛି ତାହା ନିର୍ବାଚନ ବେଳକୁ ଜଣାପଡିବ ।