ବିଜେଡିରେ ଯୋଗଦେଲେ ଉମରକୋଟ୍‍ ବ୍ଲକର କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଉମରକୋଟ୍‍ ବ୍ଲକ କୋପେନା ପଞ୍ଚାୟତର ବିଜେପି ସରପଞ୍ଚ ପର୍ଶୁରାମ ଗଣ୍ଡ ଓ ମୃତୁମା ପଞ୍ଚାୟତର କଂଗ୍ରେସର ସରପଞ୍ଚ ପରେଶ ପୂଜାରୀ, କର୍ମୀ ଲଖିନାଥ ଗଣ୍ଡ, ଦଲାଶୟ ଗଣ୍ଡଙ୍କ ସହ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ନବୀନ ନିବାସରେ ଆୟୋଜିତ ଯୋଗଦାନ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ ନେତା ଓ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଉଭୟ ବିଜେପି ଓ କଂଗ୍ରେସର ନିର୍ବାଚିତ ପ୍ରତିନିଧି ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଉମରକୋଟ ସହ ନବରଙ୍ଗପୁର ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ ।
ଏହି ଅବସରରେ ଉଭୟ ଶ୍ରୀ ଗଣ୍ଡ ଓ ଶ୍ରୀ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ଦୃଢ଼ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଆମେ ବିଜେଡିରେ ଯୋଗ ଦେଇଛୁ । ଆଗାମୀ ଦିନରେ ବିଜୁ ଜନତା ଦଳ ନବରଙ୍ଗପୁର ଜିଲ୍ଲାରେ ଯେପରି ଶକ୍ତିଶାଳୀ ହୋଇପାରିବ ସେଥିପାଇଁ ଆମେ ଏକତ୍ର କାମ କରିବୁ । ଆଜିର ଏହି କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ତଥା ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ କୁମାର ଦାସବର୍ମା, ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Comments (0)
Add Comment