ବିଜେଡିରେ ଯୋଗଦେଲେ କୋରାପୁଟର ଅନେକ ବିଜେପି ଓ କଂଗ୍ରେସ ନେତୃମଣ୍ଡଳୀ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକର ବିଜେପି ଓ କଂଗ୍ରେସର ଅନେକ ନେତୃମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ବୋରିଗୁମ୍ମା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଅନିତା ପ୍ରଧାନ, କଣାଗାଁ ପଞ୍ଚାୟତ ବିଜେପି ସଭାପତି ଶ୍ରୀ କାଶୀନାଥ ବିଶୋୟୀ, ଶଶାହାଣ୍ଡି ପଞ୍ଚାୟତ ବିଜେପି ପ୍ରଭାରୀ ଶ୍ରୀ ରବୀନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ଶ୍ରୀ ଲକ୍ଷ୍ମୀନାରାୟଣ ବିଶୋୟୀ, ଶ୍ରୀ କାହ୍ନୁ ଚୌଧୁରୀ, ଶ୍ରୀ ରାମଚନ୍ଦ୍ର ନାୟକ, ଆଉଁଳି ପଞ୍ଚାୟତ ବରିଷ୍ଠ ବିଜେପି ନେତା ଶ୍ରୀ ସୁଦର୍ଶନ ଭତ୍ରା, ଶ୍ରୀ ଟଙ୍କଧର ନାୟକ, ଡେଙ୍ଗପଦର ପଞ୍ଚାୟତ ବରିଷ୍ଠ କଂଗ୍ରେସ ନେତା ଶ୍ରୀ କେମରାଜ ମାଝୀ ଓ ଶ୍ରୀ ସନ୍‍ସାଇ ଭତ୍ରା, ଶଶାହାଣ୍ଡି ପଞ୍ଚାୟତ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ତିରୁପତି ପୂଜାରୀ ପ୍ରମୁଖ ନିଜ ନିଜର ଦଳ ପରିତ୍ୟାଗ କରି ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ସମସ୍ତ ନେତା ଓ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ବିଜେପି ଓ କଂଗ୍ରେସର ନେତା ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ କୋଟପାଡ଼ ନିର୍ବାଚନ ମଣ୍ଡଳୀ ସହ କୋରାପୁଟ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ ।
ଏହି ଅବସରରେ ଶ୍ରୀମତୀ ଅନିତା ପ୍ରଧାନ କହିଥିଲେ ଯେ ମୁଁ ୨୫ବର୍ଷ ଧରି ବିଜେପିରେ ରହି କାମ କରିଛି । ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହା ବିଜେପି ପୂରଣ କରିପାରିଲା ନାହିଁ । ବିଜୁ ଜନତା ଦଳ କିଛି ପରିମାଣରେ ପୂରଣ କରିବାରେ ସଫଳ ହୋଇଛି । ତେଣୁ ମୁଁ ଆଜି ବିଜେଡିରେ ଯୋଗ ଦେଇଛି । ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିବି ବୋଲି ଶ୍ରୀମତୀ ପ୍ରଧାନ କହିଥିଲେ ।
ଉକ୍ତ ଯୋଗଦାନ କାର୍ଯ୍ୟକ୍ରମରେ ଦଳର ସାଧାରଣ ସଂପାଦକ ତଥା କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଶ୍ରୀ ଚନ୍ଦ୍ର ସାରଥୀ ବେହେରା, ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ଶ୍ରୀ ତେଜେଶ୍ୱର ପରିଡ଼ା, କୋଟପାଡ଼ ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଶ୍ରୀ ନାରାୟଣ ପାତ୍ର, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସହ-ପର୍ଯ୍ୟବେକ୍ଷକ ଶ୍ରୀ ଶିବ ପଟ୍ଟନାୟକ, ବୋରିଗୁମ୍ମା ବ୍ଲକ ବରିଷ୍ଠ ବିଜେଡି ନେତା ଶ୍ରୀ କେଶବ ପଣ୍ଡା, ଶ୍ରୀ ନରେନ୍ଦ୍ର ବିଶୋୟୀ ଓ ଶ୍ରୀ ଅଜୟ କୁମାର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment