ଷଷ୍ଠ ଦିନରେ ବିଜେଡି ମହାନଦୀ ବଞ୍ଚାଅ ଅଭିଯାନର

ଭୁବନେଶ୍ବର  : ବିଜେଡି ମହାନଦୀ ବଞ୍ଚାଅ ଅଭିଯାନର ଆଜି ଷଷ୍ଠ ଦିନ । ଦଳ ଆଜି କଟକରୁ ମହାନଦୀ ଅଭିଯାନ ଆରମ୍ଭ କରି ଭୁବନେଶ୍ବର ଦେଇ ଖୋର୍ଧାରେ ପହଞ୍ଚିଛି । ଶତାଧିକ ବିଜେଡି ନେତା ଓ କର୍ମୀ କଟକରୁ ବାଇକ ରାଲିରେ ବାହାରି ଭୁବନେଶ୍ବର ଦେଇ ଖୋର୍ଦ୍ଧାରେ ପହଞ୍ଚିଛନ୍ତି । ସ୍ଥାନେ ସ୍ଥାନେ ପଥପ୍ରାନ୍ତ ସଭାକରି ଲୋକଙ୍କୁ ମହାନଦୀ କିଭଳି ଓ କାହିଁକି ସୁଖିଲା ତାହା ବୁଝାଉଛନ୍ତି । ସେପଟେ ମୋଦିଙ୍କ କାର୍ଯ୍ୟକ୍ରମ ୨୬ ତାରିଖରେ ଥିବାରୁ ତାପୂର୍ବ ଦିନ ବିଜେଡି ମହାନଦୀ ଅଭିଯାନକୁ ଆଗୁଆ ସମାପନ କରିବ ବୋଲି ଚର୍ଚ୍ଚା ହେଉଛି ।               

ଉପକୁଳ ଓଡିଶାରେ ପହଞ୍ଚିଛି ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ । ଖୋର୍ଧା ଓ କଟକ ଜିଲ୍ଲାରେ ମହାନଦୀ ପ୍ରସଙ୍ଗରେ ଲୋକଙ୍କୁ  ସଚେତନ କରିବାକୁ ଦଳ ଭରପୁର ପ୍ରୟାସ କରିଛି । କଟକ ଗଡଗଡିଆ ମନ୍ଦିରରେ ଦଳ ତରଫରୁ ପୂଜା ଅର୍ଚ୍ଚନା କରାଯିବା ପରେ ମହାନଦୀର ଆଳତି କରାଯାଇଥିଲା । କଟକରୁ ଖୋର୍ଧା ଭାୟା ଭୁବନେଶ୍ବର ଦେଇ ଯାଇଥିବା ଏହି ଯାତ୍ରାରେ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇ ଲୋକଙ୍କ ସଚେତନ କରିଛନ୍ତି।

ମହାନଦୀ  ଅଭିଯାନ ମାଧ୍ୟମରେ ବିଜେଡି ଭୋଟରଙ୍କୁ ସିଧା ସଳଖ କନେକ୍ଟ କରିବାକୁ ଯୋଜନା କରିଛି । ଏଥିରୁ କିଭଳି ଅଧିକ ରାଜନୈତିକ  ଫାଇଦା ନେଇହେବ ତା ପାଇଁ ପୁରା ବନ୍ଦୋବସ୍ତ କରିଛି ଦଳ । ବିଜେଡିର  ଏଭଳି ଚାଲ  କୁ ବିରୋଧି ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ପ୍ରଶ୍ନ କରିଛନ୍ତି ୧୮ବର୍ଷରେ  ମହାନଦୀ ତଳ ମୁଣ୍ଡରେ ଗୋଟିଏ ବି ବ୍ୟାରେଜ ବାନ୍ଧି ନାହାନ୍ତି । ଏବେ କେନ୍ଦ୍ର ଓ ଛତିଶଗଡ ମୁଣ୍ଡରେ ଦୋଷ ଲଦି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଛନ୍ତି । ବିଜେଡିର  ଏଭଳି ରାଜନୈତିକ ଚାଲ ସେମାନେ ଲୋକଙ୍କ ପାଖକୁ ନେବେ ।

ମହାନଦୀ ପ୍ରସଙ୍ଗକୁ ବିଜେଡି ଏକ ବଡ ମୁଦ୍ଦା କରିବାକୁ ଚେଷ୍ଟା କରୁଛି । ତାକୁ କାଉଣ୍ଟର କରିବାକୁ ବିଜେପି ମୋଦି ଙ୍କ କାର୍ଯ୍ୟକ୍ରମ କରୁଛି ବୋଲି ଚର୍ଚ୍ଚା ହେଉଛି। ଯେହେତୁ ମୋଦିଙ୍କ ଗସ୍ତ ପାଇଁ ପୁରା ରାଜନୈତିକ ବାତାବରଣ ଉଷ୍ମ ହୋଇଛି ସେଥିପାଇଁ ଏଭଳି ଆଲୋଚନା ଚାଲିଛି । ତେବେ ବିଜେଡି ମହାନଦୀ ଯାତ୍ରାକୁ ମୋଦିଙ୍କ ଗସ୍ତ ପୂର୍ବରୁ ପାରାଦୀପରେ ୨୫ ତାରିଖ ଦିନ ସମାପନ କରିବ ବୋଲି ଆଲୋଚନା ହେଉଛି ।

 

Comments (0)
Add Comment