ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ସାଂଗଠିନକ ସ୍ଥିତି ସମୀକ୍ଷା ନେଇ ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକ ବୈଠକ ଡାକିଥିଲେ। ଏହି ବୈଠକରେ ଦଳର ସୁପ୍ରିମୋ ଜଗତସିଂହପୁର ଜିଲ୍ଲାର ସାଂଗଠନିକ ସ୍ଥିତିର ସମୀକ୍ଷା କରିଛନ୍ତି। ମାତ୍ର ଏହି ବୈଠକକୁ ଆସି ନାହାନ୍ତି। ଦଳର ବରିଷ୍ଠ ନେତା ଦାମୋଦର ରାଉତ। ଖାସ୍ କଥା ଏହା ଯେ ଜିଲ୍ଲାର ସବୁ ବିଧାୟକ ଏହି ବୈଠକରେ ଯୋଗ ଦେଇଥିବା ବେଳେ ଦାମ ଆସି ନାହାନ୍ତି। ମାତ୍ର ତାଙ୍କର ପୁତ୍ର ସମ୍ବିତ ରାଉତରାୟ ଏହି ବୈଠକରେ ଯୋଗ ଦେଇଛନ୍ତି। ଦାମଙ୍କ ଗତିବିଧି ଦେଖି ଲାଗୁଛି ୨୦୧୯ରେ ସେ ଆଉ ନିର୍ବାଚନ ଲଢିବେ ନାହିଁ। ତାଙ୍କରି ଯାଗାକୁ ସେ ତାଙ୍କ ପୁଅକୁ ଦେବାକୁ ଯାଉଥିବା ରାଜନୈତିକ ମହଲରେ କୁହାଯାଉଛି। ଦାମଙ୍କ ଅନୁପସ୍ଥିତି ନେଇ ଜିଲ୍ଲା ପର୍ୟ୍ୟବେକ୍ଷକ ପ୍ରଫୁଲ କହିଛନ୍ତି ଯେ ପୁଅ ଆସିଥିବାରୁ ଦାମ ଭାଇ ବୈଠକକୁ ଆସିଲେନି।