ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷିମୁଠି ଅନୁକୂଳ କଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଆଜି ପବିତ୍ର ଅକ୍ଷୟ ତୃତୀୟା । ସାରା ଓଡ଼ିଶାରେ ପାଳିତ ହେଉଛି ଉତ୍ସବ। ସେପଟେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଢ଼ୋରୋପାଣିରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନର ବିଜେଡି ଓ ବିଜେପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ଧର୍ମେନ୍ଦ୍ର ପ୍ରଧାନ ବିଲରେ ଅଖି ମୁଠି ଅନୁକୂଳ କରିଛନ୍ତି ।

ପ୍ରଣବ ରେଙ୍ଗାଲି ନିର୍ବାଚନମଣ୍ଡଳୀର ଢେରୋ ପାଣି ଗାଁରେ ଅଖି ମୁଠି ଅନୁକୂଳ କରିଛନ୍ତି । ପାରମ୍ପରିକ ପଦ୍ଧତିରେ ଧୋତି ପିନ୍ଧି ପୂଜା ପରେ ଜମିରେ ଲଙ୍ଗଳ ଧରି ହଳ କରିଛନ୍ତି ।

ସେହିପରି ହୀରାକୁଦର ସାପ ଲହରା ଗାଁରେ ଅଖିମୁଠି ଅନୁକୂଳ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଧି ଅନୁସାରେ ଉଭୟ ନେତା ପୂଜା କରି ବିଲରେ ବିହନ ବୁଣିଛନ୍ତି ।

ଶତାଧିକ ଲୋକଙ୍କ ଗହଣରେ ପବିତ୍ର ଅକ୍ଷିମୁଠି ଅନୁକୂଳ କରିଥିଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ। ଏହି ଅବସରରେ ଉପସ୍ଥିତ ଚାଷୀଭାଇମାନଙ୍କୁ ସମ୍ବୋଧନ କରିଥିଲେ ।

Bjd mp candidates Pranab Prakash Das performed Akshimuthi on the occasion of Akshaya tritiya
Comments (0)
Add Comment