ନିର୍ବାଚନ ପୂର୍ବରୁ ବିଜେଡି କ୍ୟାମ୍ପେନ୍‌ର ନୂଆ ଷ୍ଟ୍ରାଟେଜି : ସେଲ୍‌ଫି ୱିଥ୍‌ ସିଏମ୍‌

ମୟୁରଭଞ୍ଜ, ବଲାଙ୍ଗିର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଆରମ୍ଭ ହେବ ମୋ ନବୀନ, ମୋ ଘରେ କାର୍ଯ୍ୟକ୍ରମ।

ଭୁବନେଶ୍ବର :ଯେ କୌଣସି ବ୍ୟକ୍ତି ଏବେ ନବୀନଙ୍କ ସହ ସେଲ୍‌ଫି ନେଇପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିବେ ଲୋକଙ୍କ ଘରେ। ସୋସିଆଲ ମିଡିଆରେ ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ବିଜେଡ଼ି ତିଆରି କରିଛି ଏଭଳି ନୂଆ ରଣନୀତି। ଟେକ୍ନୋଲଜି ମାଧ୍ୟମରେ ଏବେ ନବୀନ କନେକ୍ଟ ହେବେ ସାଧରଣ ଲୋକଙ୍କ ସହିତ।  ବିଜୁ ଛାତ୍ର ଜନତା ଦଳ ଆଇଟି କନ୍‌କ୍ଲେଭ ୨୦୧୯ ଆବସରରେ ଆଜି ନବୀନ ଆରମ୍ଭ କରିଛନ୍ତି ନୂଆ କ୍ୟାମ୍ପେନ୍‌ରେ ଏହି ନୂଆ ଷ୍ଟ୍ରାଟେଜି, ସେଲ୍‌ଫି ୱିଥ୍‌ ସିଏମ୍‌।

ନବୀନ ବି ପହଞ୍ଚିବେ ଆପଣଙ୍କ ଘରେ। ଟେକ୍ନୋଲଜି ମାଧ୍ୟମରେ ବିଜେଡି ଆରମ୍ଭ କରିଛି ନିର୍ବାଚନ ପୂର୍ବରୁ କ୍ୟାମ୍ପେନ୍‌ର ନୂଆ ଷ୍ଟ୍ରାଟେଜି । ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ ୨୦୧୯ ଅବସରରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଦଳୀୟ କାର୍ଯ୍ୟକ୍ରମ ସେଲ୍‌ଫି ୱିଥ୍ ସିଏମ୍‌ । ସୂଚନା ଦିଆଯାଇଛି ଖୁବ ଶୀଘ୍ର ଆରମ୍ଭ ହେବ ମୋ ନବୀନ, ମୋ ଘରେ କାର୍ଯ୍ୟକ୍ରମ ।ଯେଉଁଠି ନବୀନ ପହଞ୍ଚିବେ ସାଧାରଣ ଲୋକଙ୍କ ଘରେ।  ପ୍ରାରମ୍ଭିକ ଭାବେ ମୟୁରଭଞ୍ଜ, ବଲାଙ୍ଗିର, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଆରମ୍ଭ ହେବ ମୋ ନବୀନ, ମୋ ଘରେ କାର୍ଯ୍ୟକ୍ରମ।

ଅଗ୍‌ମେଣ୍ଟେଡ୍‌ ରିଆଲିଟି ଓ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ। ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ଆଇଟି ଭଲ୍ୟୁଣ୍ଟିଅର୍‌ସ ଜିଲ୍ଲାର ଦଳୀୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସପ୍ଟୱେର ମାଧ୍ୟମରେ ମୋବାଇଲ୍ ଫୋନ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଆପଣଙ୍କ ସେଲ୍‌ଫି ଉଠାଇବେ। ଏହାର ଫ୍ରିଣ୍ଟ ଆଉଟ ମଧ୍ୟ ଦେବେ ।

ବିଜେଡି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କନ୍‌କ୍ଲେଭରେ ବିରୋଧୀଙ୍କୁ ସୋସିଆଲ ମିଡିଆରେ କଡ଼ା ଜବାବ ଦେବାକୁ ବିଜେଡିର ଯୁବ ବ୍ରିଗେଡ ଓ ଆଇଟି ଭଲ୍ୟୁଣ୍ଟିଅର ମାନଙ୍କୁ ଦିଆଯାଇଥିଲା ମନ୍ତ୍ର।  ଯେଉଁଥିରେ ସାମିଲ ହୋଇଥିଲେ ରାଜ୍ୟର ୩ ଶହ କଲେଜରୁ ଛାତ୍ରଛାତ୍ରୀ, ସବୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରୁ ଆସିଥିବା ବିଜେଡି ଆଇଟି ଭଲ୍ୟୁଣ୍ଟିଅର୍‌, ପାର୍ଟିର ଯୁବ ସମର୍ଥକ ।

ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ଆଇଟି ୱିଙ୍ଗ୍‍ ଆଇଟି କନ୍‍କ୍ଲେଭ୍‍ ବିଜୁ ଛାତ୍ର ଜନତା ଦଳ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କନ୍‍କ୍ଲେଭ୍‍ରେ ଉଦ୍‍ବୋଧନ ଦେଇ ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମୁଁ ଆନନ୍ଦିତ ଯେ ଆଜି ଆମ ଦଳର ଯୁବବର୍ଗ ଦଳୀୟ କାର୍ଯ୍ୟାଳୟରେ ଏକ ଆଇଟି କନ୍‍କ୍ଲେଭ୍‍ କରୁଛନ୍ତି । ଆଜିର ଦୁନିଆରେ ଆଇଟିର ଆବଶ୍ୟକତା ଅନେକ ରହିଛି । ବିଜୁବାବୁ ବିଜ୍ଞାନରେ ବିଶ୍ୱାସ କରୁଥିବାରୁ ତାଙ୍କୁ ଯେତେବେଳେ ମାତ୍ର ୩୦ବର୍ଷ, ସେତେବେଳେ ପ୍ୟାରିସ୍‍ର ୟୁନେସ୍କୋ ଠାରେ ସେ ବିଜ୍ଞାନ ପାଇଁ ‘କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିଲେ । ମୋ ବିଚାରରେ ଆଜିର ଯୁଗରେ ଆଇଟିର ଯଥେଷ୍ଟ ଗୁରୁତ୍ୱ ରହିଛି । ମୁଁ ଆନନ୍ଦିତ ଯେ ବିଜେଡି ଆଇଟି ସାମ୍ମୁଖ୍ୟର କେନ୍ଦ୍ର ଓଡ଼ିଶାର ୩୦ଟିଯାକ ଜିଲ୍ଲାରେ ହେବାକୁ ଯାଉଛି ।

ରାଜ୍ୟର ସମସ୍ତ ଜିଲ୍ଲାରୁ ଛାତ୍ର ବିଜେଡିର ୧୨୦୦ ପ୍ରତିନିଧି ଏହି କନ୍‍କ୍ଲେଭ୍‍ରେ ଯୋଗ ଦେଇଥିଲେ । ଦଳର ମାନ୍ୟବର ସଭାପତି ‘ସେଲ୍‍ଫି ୱିଥ୍‍ ସିଏମ୍‍’ କାର୍ଯ୍ୟକ୍ରମ ମଧ୍ୟ ଉଦ୍‍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକ ଅଭିନବ ଏ.ଆର. ଟେକ୍ନୋଲୋଜି ଦ୍ୱାରା ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଯୋଡ଼ି ଏକ ସେଲ୍‍ଫି ସାଧାରଣ ଲୋକେ ନେଇପାରିବେ । ଆଇଓଏସ୍‍ ଓ ଆଣ୍ଡ୍ରଏଡ୍‍ ପ୍ଲାଟ୍‍ଫର୍ମରେ ନିର୍ମିତ ଏହି ଏ.ଆର. ଟେକ୍ନୋଲୋଜି ଆଜି ପର୍ଯ୍ୟନ୍ତ ଭାରତବର୍ଷରେ କୌଣସି ରାଜନୈତିକ ଦଳ ଦ୍ୱାରା କାର୍ଯ୍ୟକାରୀ କରାଯାଇନାହିଁ । ‘ସେଲ୍‍ଫି ୱିଥ୍‍ ସିଏମ୍‍’ କାର୍ଯ୍ୟକ୍ରମରେ ଇଚ୍ଛୁକ ସାଧାରଣ ଜନତା ବିଜୁ ଜନତା ଦଳ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ଆସି ଏହି ସେଲ୍‍ଫି ନେଇପାରିବେ । ଏହି ଏ.ଆର. ଟେକ୍ନୋଲୋଜିରେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ କେବଳ ଛବି ଆସୁନାହିଁ, ଏଥିରେ ତାଙ୍କର ଜୀବନ୍ତ ଭିଡିଓ ଅଛି, ଯାହାସହିତ ଜଣେ ବ୍ୟକ୍ତି ମୋବାଇଲ୍‍ ମାଧ୍ୟମରେ ଫଟୋ ଉଠାଇ ତା’ର ପ୍ରିଣ୍ଟ ମଧ୍ୟ ୨୦ ସେକେଣ୍ଡ ମଧ୍ୟରେ ପାଇପାରିବେ । ଏହି ଅଭିନବ ଟେକ୍ନୋଲୋଜି ଯୁକ୍ତି କାର୍ଯ୍ୟକ୍ରମକୁ ଉନ୍ମୋଚିତ କରି ନିଜେ ମାନବ୍ୟର ସଭାପତି ନିଜର ସେଲ୍‍ଫି ଉଠାଇଥିଲେ ଏବଂ ତା’ର ପ୍ରିଣ୍ଟ ମଧ୍ୟ ବିଜେଡି ଆଇଟି ସାମ୍ମୁଖ୍ୟ ମୁଖ୍ୟ ଡ. ଅମର ପଟ୍ଟନାୟକଙ୍କ ଠାରୁ ଗ୍ରହଣ କରିଥିଲେ । ଏହି ଅବସରରେ ‘ମୋ ନବୀନ ମୋ ଘରେ’ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ ମାନ୍ୟବର ସଭାପତି କରିଥିଲେ । ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଉକ୍ତ ଟେକ୍ନୋଲୋଜି ଯୁକ୍ତ ପ୍ଲାଟଫର୍ମକୁ ନେଇ ଦଳର କର୍ମକର୍ତ୍ତାମାନେ ଯିବେ ଓ ଜନସାଧାରଣଙ୍କ ଘରେ ନବୀନବାବୁଙ୍କ ବାର୍ତ୍ତା ଓ ନବୀନବାବୁ ଏହି ଏ.ଆର. ଟେକ୍ନୋଲୋଜି ମାଧ୍ୟମରେ ପହଞ୍ôଚବେ । ଯେଉଁ ଭିଡିଓ ଏଥିରେ ଅଛି, ତା’ମାଧ୍ୟମରେ ଦଳର ମାନ୍ୟବର ସଭାପତି ଜନସାଧାରଣଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିବେ । କନ୍‍କ୍ଲେଭ୍‍ରେ ମଧ୍ୟ ଆଇଟି ୱିଙ୍ଗର ଲୋଗୋ ଓ ବ୍ୟାଜ୍‍ ଉନ୍ମୋଚିତ ହୋଇଥିଲା ।

ଏଥିସହ ଯୁବ ବିଜେଡି ସଭାପତି ଓ ଛାତ୍ର ବିଜେଡି ସଭାପତିଙ୍କ ସହିତ ବିଜେଡି ଆଇଟି ସେଲ୍‍ ମୁଖ୍ୟ ଡ. ଅମର ପଟ୍ଟନାୟକ, ମହିଳା ବିଜେଡିର ଉପଦେଷ୍ଟା ଶ୍ରୀମତୀ ପ୍ରମିଳା ମଲିକ, ମୁଖପାତ୍ର ଡ. ସସ୍ମିତ ପାତ୍ର, ସୁଲୋଚନା ଦାସ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ମହାସଚିବ ହରିଶଙ୍କର ରାଉତ ଉପସ୍ଥିତ ରହି ଉଦ୍‍ବୋଧନ ଦେଇଥିଲେ । ଏହି କନ୍‍କ୍ଲେଭ୍‍ରେ ଯୋଗଦେଇଥିବା ବୈଷୟିକ ବିଶେଷଜ୍ଞ ଓ ବକ୍ତାମାନେ ଆଇଟି ୱିଙ୍ଗ ଓ ସୋସିଆଲ୍‍ ମିଡିଆର ଅନେକ ଦିଗ ଉପରେ ଆଲୋକପାତ କରିଥିଲେ ।

Comments (0)
Add Comment