ଭୁବନେଶ୍ୱର : ରାଜ୍ୟରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇଥିବା କେନ୍ଦ୍ର ସରକାରଙ୍କ ଛାତ୍ରମାରଣ ନୀତି ବିରୋଧରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆଜି ‘ମୋ ଭବିଷ୍ୟତ ସୁରକ୍ଷା’ ସ୍ୱାକ୍ଷର ଅଭିଯାନ ଲୋୟର ପିଏମ୍ଜି ଠାରେ ଆରମ୍ଭ ହୋଇଥିଲା ବେଳେ ଏହି ଅଭିଯାନ ୧ମାସ ଧରି ରାଜ୍ୟର ପ୍ରତ୍ୟେକଟି ଜିଲ୍ଲାରେ ଜାରି ରହିବା ସହ ୧୦ଲକ୍ଷରୁ ଊଦ୍ଧ୍ୱର୍ ଦସ୍ତଖତ ସଂଗୃହିତ ହେବା ପରେ ଏହାକୁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ପ୍ରେରଣ କରାଯିବ । ଏହି ସ୍ୱାକ୍ଷର ଅଭିଯାନ ସହିତ କେନ୍ଦ୍ରର ଛାତ୍ର ମାରଣ ନୀତି ବିରୋଧରେ ଏଠାରେ ପଥପ୍ରାନ୍ତ ସଭା କରାଯାଇଥିଲା । ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଅଭିଯାନରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶଶୀଭୂଷଣ ବେହେରା, ବିଧାୟକ ଡ. ଅରୁଣ କୁମାର ସାହୁ, ସଂଜୟ କୁମାର ଦାସବର୍ମା, ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ ପ୍ରମୁଖ ସ୍ୱାକ୍ଷର କରିବା ସହ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିଥିଲେ ।
ଆଜିର ଏହି ସ୍ୱାକ୍ଷର ଅଭିଯାନରେ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜୀତ ମହାନ୍ତି, ଉପଦେଷ୍ଟା କୁନବିହାରୀ ଦାସ, ସଂଜୟ ବାବୁ, ଅମରେଶ ଜେନା, ସୁନୀଲ ପ୍ରଧାନ, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ପୃଥ୍ୱୀରାଜ ସାହୁ, ସନ୍ତୋଷ ବେଜ, ରାଜକମଲ ଜେନା, ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ଜେନା, ସୁନୀଲ ପଣ୍ଡା, ଦେବାଶିଷ ସିଟ୍, ଧୃତିରଞ୍ଜନ ମାର୍ଥା, ପ୍ରମୋଦ କୁମାର ମହାପାତ୍ର, ମଧୁସ୍ମିତା ପରିଡ଼ା, ତନ୍ମୟ ସ୍ୱାଇଁ, ସଂପାଦକ ମଳୟ ରଞ୍ଜନ ପତି, ଶୁଭ୍ରାଂଶୁ ନାରାୟଣ ମିଶ୍ର, ଆଶିଷ ରଞ୍ଜନ ମିଶ୍ର, ଆଲୋକ ଭଟ୍ଟ, ପୃଥ୍ୱୀରାଜ ପଣ୍ଡା, ସାଂଗଠନିକ ସଂପାଦକ ତାରିଣୀ ପ୍ରସାଦ ନାୟକ, ରଶ୍ମୀରଞ୍ଜନ ଦାସ, ଅଫତାବ ଆଲମ୍ ଖାଁ, ଭୁବନେଶ୍ୱର ଜିଲ୍ଲା ସଭାପତି ଅମରଜିତ୍ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ମହାସଚିବ ହରିଶଙ୍କର ରାଉତ, ସାଧାରଣ ସଂପାଦକ ପ୍ରଦୋଷ ପରିଡ଼ା, ମିକୁ ପ୍ରଧାନ, ସୁଜିତ ପାଲଟାସିଂହ, ଅପୂର୍ବା ଅପରୂପା, ଦୀପକ ବେହେରା, ସନ୍ତୋଷ ମହାପାତ୍ର, ବିଶ୍ୱପ୍ରତାପ ସାହୁ, ଶ୍ରୀଚନ୍ଦନ ପାତ୍ର, ମନସିଜ୍ ଦାସ, ସମ୍ବିତ ବେହେରା, ଷ୍ଟାଲିନ୍ ପରିଜା, ପ୍ରାର୍ଥ ସାରଥୀ ମୁଦୁଲି, ଅସିତ୍ କୁମାର ସାମଲ, ଭଗବାନ ସାହୁ, ସଂପାଦକ ରାଜଲକ୍ଷ୍ମୀ ବେହେରା, ପ୍ରମୋଦ ପାତ୍ର, ସାଂଗଠନିକ ସଂପାଦକ ସଂସଦ କୁମାର ନାୟକ, ମନୋଜ ପଶ୍ଚିମକବାଟ, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଜୋନ୍ ସଭାପତି ଅଜିତ ବେହେରାଙ୍କ ସମେତ ୫ ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟକୁ ପତ୍ର ଲେଖି ଅନୁଦାନ ପ୍ରଦାନ କ୍ଷେତ୍ରରେ ପୁନର୍ବିଚାର କରିବା ସହ ପୂର୍ବଭଳି କେନ୍ଦ୍ର ୯୦% ଓ ରାଜ୍ୟ ୧୦% ଅର୍ଥ ବହନ କରିବା ଲାଗି ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କ୍ଷେତ୍ରରେ ଯେଉଁ ଅଂଶ ପରିବର୍ତ୍ତନ ନିଷ୍ପତ୍ତି ନେଇଛନ୍ତି, ତା’ର ଦୃଢ଼ ପ୍ରତିବାଦ ଆଜି କରାଯାଇଛି । ଛାତ୍ରବୃତ୍ତିର ଢାଞ୍ଚାକୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଥିବାରୁ ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା ୯୦% ଛାତ୍ରବୃତ୍ତି ବର୍ତ୍ତମାନ ୨୦%ରେ ସୀମିତ ରହିଛି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ଏତାଦୃଶ୍ୟ ବୈମାତୃକ ମନୋଭାବ ଏହାର ନିଷ୍ଠା ଓ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ଲଗାଇଛି । କେନ୍ଦ୍ର ସରକାର ଓଡ଼ିଶାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ନିଜ ନିଷ୍ପତ୍ତିର ତୁରନ୍ତ ପୁନଃବିଚାର କରିବା ସହ ପୂର୍ବପରି ୯୦:୧୦ ପ୍ରତିଶତ କେନ୍ଦ୍ର-ରାଜ୍ୟ ଅଂଶର ପ୍ରଚଳନ ପାଇଁ ବିଜୁ ଯୁବ-ଛାତ୍ର ଜନତା ଦଳ ଦାବି କରୁଛି ।