ସାଲେପୁରରେ ଶାହା ଖେଳିଲେ ଭାଷା କାର୍ଡ, ରାଜ୍ୟ ସରକାରଏବଂ କଂଗ୍ରେସକୁ କଲେ ଆକ୍ଷେପ

ଓଡ଼ିଶାକୁ କେନ୍ଦ୍ର ଦେଇଥିବା ଅର୍ଥର ହିସାବ ରଖିଲେ

ସାଲେପୁର : ହିନ୍ଦୀ  ହାର୍ଟ ଲ୍ୟାଣ୍ଡରୁ ପଦ୍ମ ପାଖୁଡା ଖସିବା ପରେ ଏବେ ବିଜେପି ଫୋକସରେ ଓଡିଶା  । କଟକ ସାଲେପୁରର ବିଜେପି ରାଷ୍ଟ୍ରୀୟ  ଅଧ୍ୟକ୍ଷ ଅମିତ୍ ଶାହା ଭାଷା ଓ ସଂସ୍କୃତି କାର୍ଡ ଖେଳିଛନ୍ତି । ରାଜ୍ୟ ସରକାରଙ୍କୁ ଏବଂ କଂଗ୍ରେସକୁ ଆକ୍ଷେପ କରି ଅମିତ ଶାହା କର୍ମୀଙ୍କୁ ଗରମ  କରିବାକୁ ଚେଷ୍ଟା କରିଥିଲେ ।

କଂଗ୍ରେସ ଓ ବିଜେଡି ବିରୋଧରେ ଧୁମ୍‌ ବର୍ଷିଥିଲେ । ଆଉ ଶାହା ଖେଳିଥିଲେ ଭାଷା କାର୍ଡ, ଖେଳିଥିଲେ ଉତ୍କଳ ପ୍ରଦେଶର ଐତିହ୍ୟର କାର୍ଡ, ଖେଳିଥିଲେ କରିବୀ କାର୍ଡ। ଆୟୁଷ୍ମାନ ଭାରତ ଯୋଜନା କାହିଁକି ଲୋକଙ୍କୁ ମିଳୁନି ତା’ର ଜବାବ ନବୀନ ଦିଅନ୍ତୁ ବୋଲି କହିଥିଲେ ଅମିତ୍‌ । ମୋଦି ସରକାର ଓଡ଼ିଶାକୁ ୫ ଲକ୍ଷ ୧୩ ହଜାର କୋଟି ଦେଇଛନ୍ତି। ସେ ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଆଉ ରତ୍ନଭଣ୍ଡାର ସୁରକ୍ଷା କଥା ଉଠାଇ ଓଡ଼ିଶାକୁ ଲକ୍ଷ୍ମୀ ଅସନ୍ତୁଷ୍ଟ ବୋଲି କହିଛନ୍ତି।


କେନ୍ଦ୍ର ଦେଇଥିବା ଓଡ଼ିଶାକୁ ଅର୍ଥ ପହଂଚୁନାହିଁ

କେନ୍ଦ୍ର ଦେଇଥିବା ଓଡ଼ିଶାକୁ ଅର୍ଥର ହିସାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଶାହ କହିଛନ୍ତି ୧୩ତମ ବିତ୍ତଆୟୋଗ ସମୟରେ ଓଡ଼ିଶାକୁ ୭୯ ହଜାର କୋଟି ଟଙ୍କା ମିଳିଥିଲା । ନରେନ୍ଦ୍ର ମୋଦି ସରକାର ଆସିଲା ପରେ ୧୪ତମ ବିତ୍ତ ଆୟୋଗ ସମୟରେ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କା ମିଳିଛି । ଏହା ଛଡ଼ା ୫୧ ହଜାର କୋଟି ଟଙ୍କା ଆହୁରି ଦିଆଯାଇଛି । ଏଥିରେ ୨୦ ହଜାର କୋଟି ରେଳବାଇ, ଜଳମାର୍ଗ ପାଇଁ ୨ହଜାର କୋଟି, ଗ୍ରାମ ଜ୍ୟୋତିରେ ୧୭୦୦କୋଟି, ୩ଟି ବ୍ଲକ୍ରେ ପାରାଦର୍ଶୀତା ପାଇଁ ୧୪୦୦ କୋଟି, ୩ ନୂଆ ମେଡିକାଲ କଲେଜ ପାଇଁ ୧୬୦୦ କୋଟି, ପୁରୁଣା ମେଡିକାଲ କଲେଜ ବିକାଶ ୪୦୦ କୋଟି, ଅମୃତ ଯୋଜନା ପାଇଁ ୧୯୦୦ କୋଟି, ପୁରୀ ସହର ବିକାଶ ଓ ଅମୃତ ଯୋଜନା ପାଇଁ ୧୭କୋଟି, ପାରାଦୀପ ପୋର୍ଟ ପାଇଁ ୩୩୦୦ କୋଟି ଏହିପରି ୫୧ ହଜାର କୋଟି ଟଙ୍କା ଦିଆଯାଇଛି । ଏହାଛଡ଼ା ୩୩ହଜାର କୋଟି ଟଙ୍କା ମୁଦ୍ରା ବ୍ୟାଙ୍କ ଋଣ ୧ ଲକ୍ଷ ୩୭ ହଜାର ୮୧୬ କୋଟି ବିଭିନ୍ନ ପେଟ୍ରୋଲିୟମ ପ୍ରକଳ୍ପ ପାଇଁ ଦିଆଯାଇଛି । ଖଣି ନିଲାମ ବାବଦରେ ୭୩ କୋଟି, ଡିଏମଏଫରେ ୪ ହଜାର କୋଟି ଓ ଅନ୍ୟାନ୍ୟ ପ୍ରକଳ୍ପ ମିଶି ସମୁଦାୟ ୫ ଲକ୍ଷ ୧୩ ହଜାର କୋଟି ଓଡ଼ିଶାକୁ ମୋଦି ସରକାରଙ୍କ ସମୟରେ ଆସିଛି । କିନ୍ତୁ ଏହି ଅର୍ଥ ଗାଁ ପର‌୍ୟ୍ୟନ୍ତ ପହଂଚୁନାହିଁ ନାହିଁ ବୋଲି ଶାହ ଅଭିଯୋଗ କରିଛନ୍ତି ।

ଅମିତ ଶାହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ହେଲିକପ୍ଟରରେ ସାଲେପୁର ସତ୍ୟଭାମାପୁରରେ ପହଞ୍ଚିଥିଲେ । ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Comments (0)
Add Comment