ଭୁବନେଶ୍ୱର : ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ସପ୍ତାହକ ଭିତରେ ଦୁଇ ଥର ଓଡିଶା ଆସିବେ । ଜାନୁୟାରୀ ୨୯ରେ ଶାହଙ୍କ ଗସ୍ତ ହେବ । ଏହା ପରେ ପୁଣି ଥରେ ଫେବ୍ରୁଆରି ୩ରେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ଏନେଇ ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି । ୨୯ରେ ଶାହ କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସାଲେପୁର ନିକଟ କୁଳିଆ ଠାରେ ଦଳୀୟ କର୍ମକର୍ତ୍ତାଙ୍କ ବୈଠକରେ ଯୋଗଦେବେ । ଏହା ପରେ ଫେବୃଆରି ୩ରେ ପୁଣଇ ଓଡିଶା ଗସ୍ତରେ ଆସିବେ । ପୁରୀରେ ଆୟୋଜିତ ହେଉଥିବା ବିଜେପିର ଏସଟି ସେଲର ଜାତୀୟ କାର୍ଯ୍ୟକାରୀଣିରେ ଯୋଗଦେବେ ବୋଲି ଅରୁଣ ସିଂହ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶାରେ ବିଜେପିର ମିଶନ ୧୨୦ ସଫଳ ହେବ ବୋଲି ବିଜେପିର ବରିଷ୍ଠ ନେତା ସିଂହ କହିଛନ୍ତି।
ଅରୁଣ ସିଂହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀ ମିଛୁଆ ଦଳର ସିଇଓ । ତାଙ୍କର ଗସ୍ତ ବିଜେପି ଉପରେ କିଛି ପ୍ରଭାବ ପଡ଼ିବ ନାହିଁ।