୨୯ରେ ଓଡିଶା ଆସିବେ ଅମିତ ଶାହା

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା । କଟକ ଜିଲ୍ଲା ସାଲେପୁର କୁଲିଆଠାରେ ଶ୍ରୀ ଶାହା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କର ସମାବେଶରେ ଯୋଗ ଦେବେ । ଏହି ସମାବେଶରେ ଶ୍ରୀ ଶାହା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ସୂଚନା ଦେଇଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ବିଜେପି ମିଶନ ୧୨୦+ ଲକ୍ଷ୍ୟରେ ଆଗେଇ ଚାଲିଛି । ପୂର୍ବ ଭାରତର ବିକାଶ ତଥା ନୂଆ ଓଡିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି । ତୃଣମୂଳ ସ୍ତରରୁ ଆରମ୍ଭ କରି ସବୋର୍ଚ୍ଚ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଅନୁଦାନ ଦେଇଛନ୍ତି ଯାହାକି କେବେ ଓଡିଶାକୁ କୌଣସି କେନ୍ଦ୍ର ସରକାର କେବେ ଦେଇନଥିଲେ ।

 ସାଲେପୁର କୁଲିଆଠାରେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାମାନଙ୍କର ସମାବେଶରେ ଯୋଗ ଦେବେ
 କାର୍ଯ୍ୟକର୍ତାମାନଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ ଶାହା

ରାଜ୍ୟର ଦୁର୍ନୀତି ଓ ଭଷ୍ଟ୍ର ସରକାରର ଶାସନରେ ଅତିଷ୍ଠ ହୋଇ ରାଜ୍ୟବାସୀ ଶାସକ ବିଜେଡିର ମୂଳତ୍ପାଟନ କରିବାକୁ ମନବଳାଇ ସାରିଲେଣି । ଆଗାମୀ ଦିନରେ ଓଡିଶା ବାସୀ ଏହି ଭ୍ରଷ୍ଟ ସରକାରକୁ ପ୍ରତ୍ୟାଖାନ କରିବେ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଜାନୁଆରୀ ୧୮ ତାରିଖ ଦିନ ଶ୍ରୀ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ଥିଲା । ଅଚାନକ ଦେହ ଅସୁସ୍ଥ ହେବା କାରଣରୁ ଶ୍ରୀ ଶାହାଙ୍କ ଗସ୍ତକୁ ବାତିଲ କରାଯାଇଥିଲା ।

(ବିଜେପି ମିଡିଆ ସେଲ୍)

Comments (0)
Add Comment