ବିଜେଡି ସରକାର ଲଲିପପ ସରକାର ,ପୋଲ ଖୋଲ ଅଭିଯାନ କରିବ ବିଜେପି-ଅରୁଣ ସିଂହ

ଭୁବନେଶ୍ବର  : ରାଜ୍ୟ ସରକାର ଲଲି ପପ ସରକାର ।  ବିଜୁ ଯୁବ ବାହିନି ଗଠନ ନାଁରେ ରାଜ୍ୟ ସରକାର ଯୁବକଙ୍କୁ ଲଲିପପ ଧରାଇଛନ୍ତି । କେବଳ ଏଥର ନୁହେଁ ୨୦୦୯ରେ ଭୋଟ ପାଇବାକୁ ଯୁବକଙ୍କ ପାଇଁ ଗାଁ ସାଥି ଘୋଷଣା କରିଥିଲା । ହେଲେ ଏବେ ବି ସମସ୍ୟାରେ ଅଛନ୍ତି । ୨୦୧୪ ରେ କୃଷକ ସାଥୀ ଯୋଜନା ଆଣିଲା । ଆଉ ଏବେ ବିଜୁ ଯୁବ ବାହାନି ନାଁରେ ରାଜ୍ୟ ସରକାରଙ୍କୁ  ଲଲିପପ୍  ସରକାର ଆକ୍ଷେପ  କରିଛି ବିଜେପି । ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରେସ ମିଟରେ ଏପରି ଆରୋପ ଆଣିଛନ୍ତି ।  ବିଜେଡି ନେତା  ଓ ମନ୍ତ୍ରୀଙ୍କ ଭ୍ରଷ୍ଟାଚାର ବିରୋଧରେ ଚାର୍ଜସିଟ ଆଣିବ ବିଜେପି । ଏହା ଉପରେ ବିଜେପି ଖୁବଶୀଘ୍ର  ପୋଲ୍ ଖୋଲ୍ ଅଭିଯାନ ଆରମ୍ଭ କରିବ ।  ବିଜେପିର ରାଷ୍ଟ୍ରୀୟ ପ୍ରଭାରୀ  ଅରୁଣ ସିଂ ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।  ଏହା ସହ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭ୍ରଷ୍ଟାଚାର ହୋଇଛି ବୋଲି ଆରୋପ ଆଣିଛନ୍ତି ଅରୁଣ । ବିଜେଡି କର୍ମକର୍ତ୍ତା ମାନେ ଦଲାଲି କରୁଛନ୍ତି । ବିନା ଟେଣ୍ଡରରେ କାମ ହେଉଛି , ଜନ ପ୍ରତିନିଧିଙ୍କୁ ଏଥିରେ ସାମିଲ କରାଯାଉନି ।  ଏହା ଗଣତନ୍ତ୍ରର କଣ୍ଠରୋଧ  । ଏହା ସହ  ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛି ବିଜେପି । ସରକାରଙ୍କ ୧୯ବର୍ଷ ଶାସନରେ ଗରିବ ରହିଲେ କିପରି ବୋଲି ପ୍ରଶ୍ନ କରିଛି ବିଜେପି ।  ସରକାର ନିଜେ ସ୍ବିକାର କରିଛନ୍ତି ୩୪ ଲକ୍ଷ ଲୋକ ଖାଦ୍ୟ ସୁରକ୍ଷାରେ ସାମିଲ ନାହାନ୍ତି । ଏହା ହିଁ ପ୍ରମାଣିତ କରୁଛି ସରକାରଙ୍କ ୧୯ ବର୍ଷ ଶାସନରେ ୩୪ ଲକ୍ଷ ଭୋକିଲା ରହିବା ସବୁଠୁ ବଡ ବିଫଳତା । ଏହା ସହକାରଙ୍କ ଅପାରଗତା ନୁହେଁ କି ବୋଲି ବିଜେପି ପ୍ରଶ୍ନ ଉଠାଇଛି ।  ବିଜେପିର ସଂଗଠନ ବଢିଛି ଏଥର ୧୨୦ ମିଶନ ସଫଳ ହେବ ବୋଲି ଅରୁଣ କହିଛନ୍ତି .

Comments (0)
Add Comment