ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବ୍ୟାପକ ଜନ ଜାଗରଣ କରିବ ବିଜେପି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ରାଜ୍ୟ ସରକାର ଦାଷୀକୁ ଧରିବା ପାଇଁ ଠୋସ ଆଇନଗତ ପଦକ୍ଷେପ ନେବା ପରିବର୍ତେ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ କେବଳ ସମୟ ଗଡାଇ ଦେବା ପାଇଁ ଅପ ଚେଷ୍ଟା କରୁଛନ୍ତି ବୋଲି ବିଜେପି ତରଫରୁ ଅଭିଯୋଗ କରିବା ସହ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ତମାମ ବ୍ୟାପକ ଜନ ଜାଗରଣ କାର୍ଯ୍ୟକ୍ରମ ଘୋଷଣା କରିଛି ଦଳ ।
ଶୁକ୍ରବାର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ପବିତ୍ର ଗୋବର୍ଧନ ପୀଠ ଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ସବଡିଭିଜନ କେନ୍ଦ୍ରରେ ବିକ୍ଷୋଭ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା ଶ୍ରୀ କନକବର୍ଦ୍ଧନ ସିଂହଦେଓ ଘୋଷଣା କରିଛନ୍ତି ।
ବିଜେପିର ଏହି ତୁଙ୍ଗ ନେତା ଘୋଷଣା କରି କହିଛନ୍ତି ଯେ, ୧୨ ତାରିଖ ଠାରୁ ସପ୍ତାହ ବ୍ୟାପି ରାଜ୍ୟ ତମାମ ସବୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ମାମଲାରେ ଜନସାଧାରଣଙ୍କ ତରଫରୁ ଏଫଆଇଆର ଦିଆଯିବ । ଏହା ସହ ରାଜ୍ୟ ସାରା ଥିବା ଜଗନ୍ନାଥ ମନ୍ଦିରମାନଙ୍କରେ ସମୂହ ଦ୍ୱୀପଦାନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ସେମାନେ ସୁଚନା ଦେଇଛନ୍ତି ।
ସେମାନେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ଆରାଧ୍ୟ ଦେବତା । ଓଡିଆ ଲୋକ ଓଡିଶା ବା ସମଗ୍ର ବିଶ୍ୱର ଯେଉଁଠି ବି ଥାଆନ୍ତୁ ନା କାହିଁକି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ବିନା କୌଣସି ଶୁଭ କାମ ଆରମ୍ଭ ହୋଇ ପାରେ ନାହିଁ । ଓଡିଆ ଜାତିର ଭାବାବେଗ ସହ ମହାପ୍ରଭୁଙ୍କ ଅତୁଟ ସମ୍ବନ୍ଧ ରହିଛି । ଓଡିଆ ଜାତିର ଏହି ପରମ ଆରାଧ୍ୟ ବଡ ଠାକୁର ଓ ଶ୍ରଦ୍ଧାର କେନ୍ଦ୍ର ଶ୍ରୀମନ୍ଦିର ସହ ଗତ କିଛି ବର୍ଷ ଧରି ଘଟି ଆସୁଥିବା ଘଟଣା ମାନ ଓଡିଆ ଭାବାବେଗକୁ ପ୍ରଭାବିତ କରିଛି ବୋଲି ସେମାନେ କହିଛନ୍ତି ।

 ୧୧ ତାରିଖରେ ସବୁ ଜିଲ୍ଲା ଓ ସବଡିଭିଜନ କେନ୍ଦ୍ରରେ ବିକ୍ଷୋଭ
 ୧୨ ତାରିଖ ଠାରୁ ସପ୍ତାହ ବ୍ୟାପି ରାଜ୍ୟ ତମାମ ସବୁ ଥାନା ସମ୍ମୁଖରେ କରାଯିବ ବିକ୍ଷୋଭ ଓ ଏଫଆଇଆର
 ରାଜ୍ୟ ସାରା ଜଗନ୍ନାଥ ମନ୍ଦିର ମାନଙ୍କରେ ହେବ ସମୂହ ଦ୍ୱୀପଦାନ
 ଚାବି ହଜିବା ଓ ରତ୍ମ ଭଣ୍ଡାରର ସମ୍ପତି ଅସୁରକ୍ଷାର ସନ୍ଦେହ ଓଡିଆ ଭାବାବେଗକୁ ପ୍ରଭାବିତ କରିଛି
 ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ହୀନ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର
 ଏପରି ଭାବାବେଗ ସହ ଜଡିତ ସ୍ପର୍ଶକାତର ମାମଲାରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ?
 ଗଜପତିଙ୍କୁ ସମସ୍ୟାକୁ ଟାଣିବାର ଚେଷ୍ଟାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା
ସେମାନେ କହିଛନ୍ତି ଯେ, ଗତ କିଛି ଦିନ ତଳେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର •ବି ହଜି ଯାଇଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ମହାପ୍ରଭୁଙ୍କ ପ୍ରାଚୁର୍ଯ୍ୟଭରା ରତ୍ନଭଣ୍ଡାରର •ବି ହଜି ଯିବା ବଡ ଠାକୁରଙ୍କ ଧନ ସମ୍ପତିର ଚୋରୀ ଓ ଚୋରୀ ପାଇଁ ଷଡଯନ୍ତ୍ର ପରି ଏକ ସଙ୍ଗୀନ ଫୌଜଦାରୀ ଅପରାଧ । ରାଜ୍ୟ ସରକାର ଏହି ମାମଲାରେ ଦୋଷୀକୁ ଧରିବା ପାଇଁ ଠୋସ ଆଇନଗତ ପଦକ୍ଷେପ ନେବା ପରିବର୍ତେ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ କେବଳ ସମୟ ଗଡାଇ ଦେବା ପାଇଁ ଏପରି ଏକ ଭଣ୍ଡାମୀ କରୁଥିବା ସାଧାରଣ ଲୋକଙ୍କର ହୃଦବୋଧ ହେଉଛି ବୋଲି ସେମାନେ କହିଛନ୍ତି ।
ସେମାନେ କହିଛନ୍ତି ଯେ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ରତ୍ନଭଣ୍ଡାରର ଭିତର ଗୃହର ସୁରକ୍ଷା ନେଇ ଗତ ଏପ୍ରିଲ ୪, ୨୦୧୮ରେ ଜାଂଚ କରାଯାଇଥିବା ଦିନରୁ ଏହି ଗୁରୁତ୍ୱପୂର୍ଣ •ବି ହଜି ଥିବା ସୂଚନା ସରକାରଙ୍କ ପାଖରେ ଅଛି । ମାତ୍ର ଘଟଣାକୁ ସାର୍ବଜନୀନ କରି ଆଇନଗତ ପଦକ୍ଷେପ ନେବା ବଦଳରେ ରାଜ୍ୟ ସରକାର ଜାଣି ଶୁଣି ଘଟଣାକୁ •ପି ରଖିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଧନ ସମ୍ପତି ନେଇ ଏହି ଗୁରୁତ୍ୱପୂର୍ଣ ମାମଲାରେ ରାଜ୍ୟ ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ ଥିବା ସନ୍ଦେହ ତିଆରି ହୋଇଥିବ ସେମାନେ କହିଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ରହିଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ସେମାନେ କହିଛନ୍ତି ଯେ, ରତ୍ନ ଭଣ୍ଡାର ଜାଂଚ ଦିନ ରତ୍ନଭଣ୍ଡାରର ଭିତର ଗୃହରେ ଟର୍ଚର୍ ପକାଇ ଦେଖିଥିବା କମିଟିର ସଦସ୍ୟମାନେ ସିନ୍ଦୁକ ଗୁଡିକରେ •ବି ପଡି ନ ଥିବା କହିଥିବା ନେଇ କିଛି ସମ୍ବାଦପତ୍ରରେ ଖବର ପ୍ରକାଶିତ ହୋଇଥିଲା । ଯଦି ମହାପ୍ରଭୁଙ୍କ ରତ୍ନଭଣ୍ଡାରର •ବି ହଜିଛି ତା ହେଲେ ଚଂଚକତା କରି ମହାପ୍ରଭୁଙ୍କ ଅଚଳାଚଳ ସମ୍ପତିକୁ ଷଡଯନ୍ତ୍ର କରି ନ୍ୟସ୍ତ ସ୍ୱାର୍ଥର୍ ସମ୍ପନ୍ନ ବ୍ୟକ୍ତି ।ନେ ଲୂଟ କରି ନ ଥିବେ ଏକଥା କିଏ କହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ସେମାନେ କହିଛନ୍ତି ଯେ, ଖାଲି ମହାପ୍ରଭୁଙ୍କ ରତ୍ନଭଣ୍ଡାରର •ବି ହଜିବା ପ୍ରସଙ୍ଗ ନୁହେଁ ମହାପ୍ରଭୁଙ୍କ ନବ କଳେବର ସମୟରେ ବ୍ରହ୍ମ ବିଭ୍ରାଟ ଚରମ ବିଶୃଙ୍ଖଳାର ରୂପ ନେଇଥିଲା । ନିକଟ ଅତୀତରେ ମହାପ୍ରସାଦରେ ବିଭ୍ରାଟ ନେଇ ମହାପ୍ରଭୁଙ୍କୁ ଉପବାସରେ ରହିବାକୁ ପଡିଥିଲା ।
ସେମାନେ କହିଛନ୍ତି ଯେ ସାରା ଜଗତକୁ କୃପା ଦୃଷ୍ଟିରେ •ହିଁଥିବା ମହାପ୍ରଭୁଙ୍କୁ ରାଜ୍ୟ ସରକାର କରୁଥିବା ଅଣଦେଖା ବିରୁଦ୍ଧରେ ସମଗ୍ର ବିଶ୍ୱର ଭକ୍ତ ମଣ୍ଡଳୀକୁ ଏକାଠି ହେବାକୁ ପଡିବ । ମହାପ୍ରଭୁଙ୍କୁ ଓଡିଶା ସରକାରଙ୍କ ଅବହେଳା ନେଇ ଜଗତଗୁରୁ ଶଙ୍କରା•ର୍ଯ୍ୟ ଓ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ପୂର୍ବରୁ ବାରମ୍ବାର ମତ ଦେଇ ଆସିଛନ୍ତି । ମହାପ୍ରଭୁଙ୍କର ଏହି ଦୁଇ ପରମଭକ୍ତ ଓ ଅନୁଷ୍ଠାନକୁ ମଧ୍ୟ ରାଜ୍ୟ ସରକାର ଅଣଦେଖା କରି •ଲିଛନ୍ତି ବୋଲି ସେମାନେ କହିଛନ୍ତି । ରାଜ୍ୟ ସରକାର ନିଜର ଅପାରଗତାକୁ ଲୁଚାଇବା ପାଇଁ ନିଜ ଦାୟିତ୍ୱ ପାଳନ ନ କରି ଦୋଷ ପାଇଁ ଗଜପତି ମହାରାଜଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ କରିବା ସମ୍ପୂର୍ଣ ନିନ୍ଦନୀୟ । ୧୯୬୦ ମସିହାରୁ ଗଜପତିଙ୍କ ପାଖରେ ଚାବି ରହୁ ନ ଥିବା ଗଜପତି ସ୍ପଷ୍ଟ କରିଥିବା ବେଳେ ସରକାର ପ୍ରାୟୋଜିତ ଭାବରେ ଏପରି ବକ୍ତବ୍ୟ ଦେଇ ଜାଣି ଶୁଣି ଗଜପତିଙ୍କୁ ସମସ୍ୟା ଭିତରକୁ ଟାଣିବା ନିନ୍ଦନୀୟ ବୋଲି ସେମାନେ କହିଛନ୍ତି ।
ଆଜି ପୁରୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ ସିଂହଦେଓଙ୍କ ସମେତ ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ନଚନ୍ଦ୍ର ଜଗଦ୍ଦେବ, ରମାରଂଜନ ବଳିୟାରସିଂହ ଓ ବିରଂଚି ନାରାୟଣ ତ୍ରିପାଠୀ ଏବଂ ପୁରୀ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଶ୍ରୀମନ୍ଦିର ଏବଂ ଗୋବର୍ଦ୍ଧନ ପୀଠ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ ।

Comments (0)
Add Comment