ବତୀଘରୁ ପିକନିକ ସାରି ଫେରିବାବେଳେ ହୁକିଟୋଲାରେ ଡଙ୍ଗାବୁଡି ଗଲା ୧ ମୃତ ୭ ନିଖୋଜ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜମ୍ବୁ ଥାନା ନିପାଣିଆରେ ଏକ ବଡ ଅଘଟଣ ଘଟିଛି । ମହାନଦୀରେ ଡଙ୍ଗାବୁଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନୀଶ୍ରମ ବାହିନୀ ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ ପହଁଚି ଉତ୍ତାର କାଯ୍ୟ ତଦାରଖ କରୁଛନ୍ତି । ଡାକ୍ତରୀ ଟିମ ପହଁଚି ଉଦ୍ଧାର ହୋଇଥିବା ଯାତ୍ରୀ ମାନଙ୍କ ର ଚିକିତ୍ସା ଆରମ୍ଭ କରିଛି । ଡଙ୍ଗାବୁଡିରେ ଜଣଙ୍କର ମୃତ୍ୟୁ ଘଟିବା ଖବର ମିଳିଥିବାବେଳେ ମୃତକଙ୍କ ନାଁ ପ୍ରଭାତୀ ସ୍ୱାଇଁ ଓ ତାଙ୍କ ଘର କୁଜଙ୍ଗ ହସିଣା ବୋଲି ସୂଚନା ମିଳିଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ବତୀଘରକୁ କୁଜଙ୍ଗ ଅଞ୍ଚଳର ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୪୫ଜଣ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ପିକନିକ ସାରି ସଂଧ୍ୟାରେ ସେମାନେ ଫେରୁଥିବା ସମୟରେ ନଈରେ ବଡ଼ ବଡ଼ ଢ଼େଉ ଆସିବାରୁ ମହାନଦୀ ମୁହାଣ ନିକଟରେ ଡଙ୍ଗାଚାଳକ ଡଙ୍ଗାର ଭାରସାମ୍ୟ ରକ୍ଷା କରିପାରି ନ ଥିଲେ, ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏଥିରେ ବସିଥିବା ସମସ୍ତ ଯାତ୍ରୀ ପାଣିରେ ପଡ଼ି ଯାଇଥିଲେ।
ଏହା ପରେ ପାଖରେ ଥିବା ମତ୍ସ୍ୟଜୀବୀ ଓ ଅନ୍ୟ ଡଙ୍ଗାଚାଳକ ଉଦ୍ଧାରରେ ଲାଗି ପଡ଼ିଥିଲେ। ତେବେ ସଂପୂର୍ଣ୍ଣ ଅନ୍ଧକାର ହୋଇଯିବାରୁ ଉଦ୍ଧାର କାର‌୍ୟ୍ୟ ହୋଇପାରି ନ ଥିଲା।

ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଖ ପ୍ରକାଶ କରିଛନ୍ତି । ଏହା ସହ ଉଦ୍ଧାର ଓ ଚିକିତ୍ସା ସେବା ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିଦେଶ ଦେଇଛନ୍ତି । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଘଟଣାର ଉଦ୍ଧାର କାର୍ଯ୍ୟ କିପରି ତ୍ୱରାନ୍ତିତ ହୋଇପାରିବ ତାର ତଦାରଖ କରୁଛନ୍ତି । ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲାପାଳ ଦାଶରଥୀ ଶତପଥୀ, ଉପଜିଲ୍ଲାପାଳ ସଂଜୟ ମିଶ୍ର ପ୍ରମୁଖ କମ୍ବଳ ବାଣ୍ଟିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣା ପାଇଁ ଦୁଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।



ସୂଚନା ଅନୁସାରରେ, କେନ୍ଦ୍ରାପଡ଼ା ଜିଲ୍ଲାର  ହୁକିଟୋଲା ବତୀଘରକୁ କୁଜଙ୍ଗ ଅଞ୍ଚଳର ମହିଳା ଓ ଶିଶୁଙ୍କ ସମେତ  ପ୍ରାୟ  ୪୫ଜଣ ପିକ୍‌ନିକ୍‌ କରିବାକୁ ଯାଇଥିଲେ।  ପିକନିକ ସାରି ସଂଧ୍ୟାରେ ସେମାନେ ଫେରୁଥିବା ସମୟରେ ନଈରେ ବଡ଼ ବଡ଼ ଢ଼େଉ ଆସିବାରୁ ମହାନଦୀ ମୁହାଣ ନିକଟରେ ଡଙ୍ଗାଚାଳକ  ଡଙ୍ଗାର ଭାରସାମ୍ୟ ରକ୍ଷା କରିପାରି ନ ଥିଲେ, ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏଥିରେ ବସିଥିବା ସମସ୍ତ ଯାତ୍ରୀ ପାଣିରେ ପଡ଼ି ଯାଇଥିଲେ। ସ୍ଥାନୀୟ ଅଚଂଳରେ ଶୋକାକୂଳ ପରିସ୍ଥିତି ଉପୁଜିଛି।

Comments (0)
Add Comment