ନାବାଳକକୁ ବନ୍ଧକ ରଖି ମା’-ଝିଅ ନେଉଥିଲେ ଯୌନ ସୁଖ ! ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ମା’-ଝିଅ ମିଶି ନାବାଳକ ଠାରୁ ନେଉଥିଲେ ଯୌନ ସୁଖ । ଦିନେ କି ଦୁଇ ଦିନ ନୁହେଁ, ମାସକରୁ ଅଧିକ ସମୟ ଧରି ଦୁହେଁ ମିଶି ନାବାଳକୁ ଯୌନ ଶୋଷଣ କରି ଚାଲିଥିଲେ । ଆଉ ପାଳି କରି ଜଣଙ୍କ ପରେ ଜଣେ ଯୌନ ସୁଖ ଲାଭ କଲାବେଳେ ଜଣେ ଆର ଜଣଙ୍କୁ ସହେଯାଗ କରୁଥିଲେ । ଏମିତି ମା-ଝିଅ ମିଶି ଦେଢ ମାସ ଧରି ନାବାଳକକୁ ଯୌନ ନିର୍ଯ୍ୟାାତନା ଦେଇ ଚାଲିଥିଲେ । ପୁଲିସ ନିକଟରେ ପୀଡିତ ନାବାଳକର ବାପା ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏମତି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି ହିମାଚଳପ୍ରଦେଶରେ ।
ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଦୁଇ ଜଣ ମହିଳା (ମା’-ଝିଅ ) ପଡ଼ୋଶୀ ଘରେ ରହୁଥିବା ନାବାଳକକୁ ଦେଢ଼ମାସ ପର୍ଯ୍ୟନ୍ତ ବନ୍ଧକ ରଖି ଜୋର ଜବରଦଦସ୍ତ ତା’ ସହ ଶାରୀରିକ ସଂପର୍କ ରଖୁଥିଲେ । ପ୍ରାୟ ଦେଢ଼ମାସ ପର୍ଯ୍ୟନ୍ତ ଦୁଇ ଜଣ ମହିଳା ପୀଡ଼ିତଙ୍କ ସହ ଯୌନ ଶୋଷଣ କରିବା ସହ କାହାକୁ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ପୀଡ଼ିତ ଅନେକଥର ସେମାନଙ୍କ କବଳରୁ ଖସି ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁଇ ଜଣ ମହିଳାଙ୍କ କବଳରୁ ବାହାରି ଆସି ପାରି ନଥିଲେ ।

ଦୁଇ ଦିନ ତଳେ ପୀଡ଼ିତ ଖସି ଆସିବାରେ ସଫଳ ହେବା ପରେ ଘରକୁ ଆସି ସବୁ ଘଟଣା ବିଷୟରେ କହିଥିଲେ । ସବୁ ଘଟଣା ବିଷୟରେ ଜାଣି ପୀଡ଼ିତଙ୍କ ବାପା ପୁଲିସରେ ଅଭିଯୋଗ କରିବା ସହ ଦୁଇ ମହିଳା ସଂପର୍କରେ ମା’-ଝିଅ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ କିପରି ପରିବାର ଲୋକେ ପୀଡ଼ିତଙ୍କୁ ଦେଢ଼ମାସ ପର୍ଯ୍ୟନ୍ତ  ଦୁଇ ମହିଳା ଅଭିଯୁକ୍ତଙ୍କ ଘରେ ରହିବା ପାଇଁ ଦେଇଥିଲେ ବା ଏଥି ପାଇଁ ପୂର୍ବରୁ ଅଭିଯୋଗ କ’ଣ ପାଇଁ କରି ନଥିଲେ ସେ ନେଇ ମଧ୍ୟ ବର୍ତ୍ତମାନ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି ।

Comments (0)
Add Comment