ରାଜଧାନୀରୁ ମୁର୍ଶିଦାବାଦ ଡ୍ରଗସ ବେପାରିକୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲା ମୁର୍ଶିଦାବାଦ ଡ୍ରଗସ ମାଫିଆ। ସହିଦନଗର ଥାନା ଅନ୍ତର୍ଗତ ସୈନିକ ସ୍କୁଲ ନିକଟରୁ ମୁର୍ଶିଦାବାଦ ଡ୍ରଗସ ମାଫିଆ ବୁଦ୍ଧିଆ ଖାନକୁ ଗିରଫ କରିଥିବା ସହ ତାନିକଟରୁ ୧୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି କମିସନରେଟ ପୋଲିସ। ତେବେ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରିଛି।

ତେବେ ମୁର୍ଶିଦାବାଦର ଲାଲକିଲାରୁ ଡ୍ରଗସ ଆଣି ଡିଲ ବେଳେ ରାଜଧାନୀରୁ ଧରାପଡିଛି ବୁଦ୍ଧିଆ ଖାନ। ତଦନ୍ତ ବେଳେ ଜଣାପଡିଛି ବୁଦ୍ଧିଆର ଘର ଜଳେଶ୍ବରର ରାଜପୁର ଗ୍ରାମରେ। ସେ ମୁର୍ଶିଦାବାଦରୁ ଭୁବନେଶ୍ବର ଡ୍ରଗସ ସପ୍ଲାଏ କରେ । ତେବେ ଏହା ସବୁଠୁ ବଡ ପରିମାଣର ବ୍ରାଉନସୁଗାର ଡିଲ ବୋଲି ପୋଲିସ କମିସନର କହିଛନ୍ତି।

ସେହିପରି ଚନ୍ଦ୍ରଶେଖରପୁର ଥାନା ଅଂଚଳରୁ ଦୁଇ ଜଣଙ୍କ ଗିରଫ କରିଛି କମିସନରେଟ ପୋଲିସ । ସେମାନଙ୍କ ଠାରୁ ମଧ୍ୟ ୨୪ ଗ୍ରାମର ବ୍ରାଉନସୁଗାର ଜବତ କରିଯାଇଛି। ତେବେ ସେମାନଙ୍କ ମଧ୍ୟରେ ଜଣେ ଡିପ୍ଲୋମା ଛାତ୍ର ଥିବା ଜଣାପଡିଛି । ବ୍ରାଉନସୁଗାର ନେଇ କମିସନରେଟ ପୋଲିସ ଏକ ସ୍ବତନ୍ତ୍ର ଡ୍ରାଇଭ ଜାରି ରଖିଛି । ଖୁବଶୀଘ୍ର ବ୍ରାଉନସୁଗାର ପଛର ବଡ ବଡ ନେଟୱର୍କର ଖୁଲାସା ହେବ ବୋଲି ପୋଲିସ କମିସନର କହିଛନ୍ତି।

Comments (0)
Add Comment