ବଜେଟ ୨୦୨୦: କୃଷକଙ୍କ ପାଇଁ ୨.୮୩ଲକ୍ଷ କୋଟି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି । କୃଷକଙ୍କ ପାଇଁ ୧୬ ସୂତ୍ରୀୟ ଫର୍ମୁଲା ଯୋଜନା ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ନିର୍ମଳା ସୀତାରମଣ ବଜେଟରେ ଉପସ୍ଥାପନାରେ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷକଙ୍କ ପାଇଁ ବଡ଼ ବଡ଼ ଯୋଜନା କରିଛନ୍ତି । କୃଷି ବିକାଶ ଯୋଜନା ଲାଗୁ କରାଯାଇଛି । ପିଏମ ଫସଲ ବୀମା ଯୋଜନା ଦ୍ୱାରା କୋଟି କୋଟି କୃଷକଙ୍କୁ ଲାଭ ମିଳିପାରିଛି । ତେବେ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । କୃଷକଙ୍କ ପାଇଁ ୧୬ ସୂତ୍ରୀୟ ଫର୍ମୁଲା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ସବୁ ଯୋଜନା ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

Comments (0)
Add Comment