ନୂଆଦିଲ୍ଲୀ: ଆଜି ୨୦୨୦-୨୧ ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ପର୍ଯ୍ୟଟନ ପାଇଁ ୨ହଜାର ୫ଶହ କୋଟି ବ୍ୟୟବରାଦ କରାଯାଇଛି । ସେହିପରି ସଂସ୍କୃତି କ୍ଷେତ୍ର ପାଇଁ ୩ ହଜାର ୧ଶହ୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ଭାରତୀୟ ଐତିହ୍ୟ ଓ ସଂରକ୍ଷଣ ସଂସ୍ଥାନ ପ୍ରତିଷ୍ଠା କରାଯିବ। ଏହାକୁ ଏକ ଡିମ୍ଡ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ । ସେହିପରି ୫ଟି ପ୍ରତ୍ନତାତ୍ୱିକ କ୍ଷେତ୍ରକୁ ବିଶ୍ବସ୍ତରୀୟ କରାଯିବ। ସେହିପରି ରାଂଚିରେ ଏକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।
ଭାରତୀୟ ପର୍ଯ୍ୟଟନ କ୍ଷେତ୍ର ୭.୮ ହାରରେ ଅଭିବୃଦ୍ଧି ହାସଲ କରିଛି । ପୂର୍ବରୁ ଏହା ୧.୭୮ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ବର୍ତମାନ ଏହା ୧.୮୮ଲକ୍ଷ କୋଟିକୁ ବୃଦ୍ଧି ପାଇଛି ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।