୨୪ରେ ୨୪ ଘଣ୍ଟା କେବୁଲ ଟିଭି ପ୍ରସାରଣ ବନ୍ଦ

କେବୁଲ ଅପରେଟର ପାଳିବେ କଳା ଦିବସ

ନୂଆଦିଲ୍ଲୀ : ଜାନୁଆରୀ ୨୪ରେ ସାରା ଦେଶରେ ବନ୍ଦ ରହିବ କେବୁଲ ସେବା । ଟ୍ରାଇର ନୂଆ ନିୟମକୁ ବିରୋଧ କରି ୨୪ରେ କେବଲ ଅପରେଟର କଳା ଦିବସ ପାଳନ କରିବେ । ଅଲ୍ ଇଣ୍ଡିଆ କେବୁଲ ଅପରେଟର ସଂଘ ପକ୍ଷରୁ ଆସନ୍ତା ଗୁରୁବାର ଦିନ ସାରା ଦେଶରେ କେବୁଲ ସେବା ବନ୍ଦ କରିବା ସହ ଧାରଣା ଦିଆଯିବ ବୋଲି ଜଣାପଡିଛି । ଆଉ ଏହି ଧାରଣାକୁ ସମର୍ଥନ ଜଣାଇଛନ୍ତି ଓଡିଶାର ଲୋକାଲ୍ କେବୁଲ ଅପରେଟର । ଯେଉଁଥିପାଇଁ ଆସନ୍ତା ୨୪ ତାରିଖରେ ରାଜ୍ୟର ସବୁ କେବୁଲ ସେବା ବନ୍ଦ ରହିବ ।
ଓଡ଼ିଶା କେବଲ ଅପରେଟର ସଂଘ ଏଥିରେ ସାମିଲ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଓଡିଶା କେବଲ ଅପରେଟର ଆସୋସିଏସନର ସଂପାଦକ କେ.ସେସୁ ସାଇ । ଟ୍ରାଇ ପକ୍ଷରୁ ଆସନ୍ତା ଫେବ୍ରୁଆରୀ ୧ ରୁ ଲାଗୁ ହେବାକୁ ଯାଉଛି ଏହି ନିୟମ । ଗ୍ରାହକ ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ କେବଳ ସେତିକିର ହିଁ ଦେୟ ଦେବେ । ଏହାକୁ ବିରୋଧ କରୁଛନ୍ତି କେବଲ ଅପରରେଟର ।
ନୂଆ ନିୟମରେ ସାଧାରଣ ଲୋକେ ଲାଭ ପାଇବେ ବୋଲି ଟ୍ରାଇ ପକ୍ଷରୁ କୁହାଯାଉଥିବା ବେଳେ ଏହି ନିୟମ ଲାଗୁ ହେଲେ ଜନସାଧାରଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି ଅଭିଯୋଗ କରିଛି କେବୁଲ୍ ଅପରେଟର ସଂଘ । ଯେଉଁଥିପାଇଁ ଆସନ୍ତା ଗରୁବାର ଦିନ ସାରା ଦେଶରେ କେବୁଲ ସେବା ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

Comments (0)
Add Comment