ପିଲାଚୋରୀ ଗୁଜବ ଓ ଚୋର ସନ୍ଦେହରେ ଆକ୍ରମଣକୁ ରୋକିବାକୁ ଆଡଭାଇଜରି ଜାରିକଲା ପୋଲିସ

ଭୁବନେଶ୍ବର : ପିଲା ଚୋରି ଗୁଜବ ଅଣାୟତ୍ତ ହେଲାଣି । ଗତ ୩ ଦିନ ଧରି ରାଜ୍ୟର କେଉଁଠି ନା କେଉଁଠି ଅଚିହ୍ନା ଲୋକ କିମ୍ବା ମାନସିକ ଅନଗ୍ରସର ନୀରିହ, ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ  ଲୋକେ ଆକ୍ରମଣ କରୁଛନ୍ତି । ସେପଟେ ଡିଜିପି ଜାରି କରିଥିବା ନିର୍ଦ୍ଦେଶନାମାକୁ ବେଖାତିର କରୁଛନ୍ତି ଭାଇରାଲକାରୀ ଓ ଆକ୍ରମଣକାରୀ । ଏହି ଗୁଜବକୁ ନେଇ କଳାହାଣ୍ଡି କେସିଙ୍ଗାରେ ଜଣେ ଯୁବକଙ୍କୁ ନିସ୍ତୁକ ଛେଚିଛନ୍ତି ଲୋକେ । ଆଉ ସେହି ପିଲା ଚୋର ସନ୍ଦହ ଘଟଣାକୁ ନେଇ ଗଞ୍ଜାମ ଗୋବିନ୍ଦପୁର ଗାଁରେ ହୋଇଛି ଲଙ୍କାକାଣ୍ଡ । ପୋଲିସ ଉପରେ ଆକ୍ରମଣ କରିବାକୁ ଲୋକେ ପଛାଇ ନାହାନ୍ତି ।

ପିଲାଚୋର ଗୁଜବର ଆଉ ଏକ ଭୟଙ୍କର ପରିଣତି । କଳାହାଣ୍ଡିର କେସିଙ୍ଗାରେ ପିଲା ଚୋର ସନ୍ଦେହରେ ଜଣେ  ମାନସିକ ରୋଗୀକୁ  ଆକ୍ରମଣ କରିଛନ୍ତି ସିରୋଲ ଗାଁର ଲୋକେ । ନିର୍ଦ୍ଧୁମ ପାଟିଛନ୍ତି ।  ଯୁବକ ଜଣକୁ ଉଦ୍ଧାର କରିଛି କେସିଙ୍ଗା ପୋଲିସ । ତାଙ୍କୁ ଆହତ ଆବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି  । ଯୁବକ ଜଣକ ବିହାର ବାସିନ୍ଦା । ଆଉ ଏ ହେଉଛି ପୋଲିସର ଅବସ୍ଥା । ଗଞ୍ଜାମ ପାଟପୁର ପୋଲିସ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏଥିରେ ଆଇଆଇସିଙ୍କ ସହ ଥାନାର ଏସ୍‌ଆଇ, ଏଏସ୍‌ଆଇ ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତିରେ ତପ୍ତପାଣିର ଜଣେ ଯୁବକକୁ ପିଲାଚୋର ସନ୍ଦେହକରି ଗୋବିନ୍ଦପୁର ଗାଁ ଲୋକେ ଗୋଟିଏ ଘରେ ବାନ୍ଧି ରଖିଥିଲେ। ଏହି ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲା।  ଗାଁ ଲୋକେ ଏକାଠି ହୋଇ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଆହତ ପୋଲିସ ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପିଲା ଚୋର ଗୁଜବ ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ପୋଲିସ ଆକ୍ସନକୁ ଆସିଛି ।ରାୟଗଡାରେ ଘଟଣାରେ ବେରୁଗୁଡା ଓ ଶୁଣ୍ଡିପଦା ଗାଁର ୧୪ଜଣଙ୍କୁ ପୋଲିସ ଗିରଫ କରାଯାଇଛି । ଏଥି ସହ ୨ ଜଣଙ୍କୁ ଆମ୍ବଦଳା ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଗତ ୪ଦିନ ତଳେ ପିଲାଚୋର ସନ୍ଦେହରେ ବେରୁଗୁଡା ଗ୍ରାମବାସୀ ୨ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ସେହିଭଳି ଗତକାଲି ସୋରରେ ମାନସିକ ବିକୃତ ମହିଳାଙ୍କୁ ମାଡ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ସେପଟେ ସୋସିଆଲ ମିଡିଆରେ ପିଲା ଚୋର ଗୁଜବ ଓ ନୀରିହ ଲୋକଙ୍କୁ ଆକ୍ରମଣ ଘଟଣା ଅଣାୟତ୍ତ ହେଉଥିବା ଦେଖି ଆଡଭାଇଜରୀ ଜାରି କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଗୁଜବ ସୃଷ୍ଟିକାରୀଙ୍କ  ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।  ନୀରିହ , ନିର୍ଦ୍ଦୋଶ ଲୋକଙ୍କୁ ପିଲାଚୋର ସନ୍ଦେହରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୋଲିସର ଆଡଭାଇଜରୀ ସତ୍ତ୍ବେ ଏହାକୁ ଖାତିର କରୁ ନାହାନ୍ତି ଗୁଜବ ସୃଷ୍ଟିକାରୀ । ନା ଲୋକେ ଏହାକୁ ମାନୁଛନ୍ତି ନା ଏଥିପ୍ରତି ସଜାଗ ହେଉଛନ୍ତି । ଏଭଲି ଗୁଜବ ଠାରୁ ଦୂରେଇ ରହିବା ସହ ସାମାଜିକ ସଚେତନତା ହିଁ ଏହା ଉପରେ ଅଙ୍କୁଶ ଲଗାଇପାରିବ ବୋଲି ଆଶା କରାଯାଉଛି ।

Comments (0)
Add Comment