ବିଜେଡି-ବିଜେପି ଦୁର୍ନୀତିକୁ ଲୋକଙ୍କ ପାଖରେ ପହଁଚାଇବ କଂଗ୍ରେସ, ବିଧାୟକ ଦଳ ବୈଠକରେ ନିଷ୍ପତି

ଭୁବନେଶ୍ବର : ବିଜେଡି ଓ ବିଜେପି ସରକାର ବିରୋଧରେ ଥିବା ଦୁର୍ନୀତିକୁ ଲୋକଙ୍କ ପାଖରେ ପହଁଚାଯିବ । ସଂଗଠନ ମଜଭୁତ ହେବ । ଆଜି କଂଗ୍ରେସ ବିଧାୟକ ଦଳର ବୈଠକରେ ଏମିତି ନିଷ୍ପତି ହୋଇଛି । ଏହି ସୂଚନା ଦେିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଆଗୁଆ ନିର୍ବାଚନ ହେବା ନେଇ ସମ୍ଭାବନା ରହିଛି । ଏଥିପାଇଁ ରଣନୀତି ପ୍ରସ୍ତୁତି ସଂପର୍କେ ଆଲୋଚନା ହେବା ସହ ବିଜେଡି ଓ ବିଜେପିକୁ ପରାସ୍ତ କରିବାକୁ ବୈଠକରେ ଆଲୋଚନା ହେଲା । ସରକାରୀ ସ୍ତରରେ  ଦୁର୍ନୀ ଓ  ଦୁଇ ଦଳର ସଂପୃକ୍ତି ନେଇ ଲୋକଙ୍କୁ କହିବୁ । ଏହା ସହ ସଂଗଠନ ସୁଦୃଢ କରିବା ନେଇ ବି ଆଲୋଚନା ହେଲା ବୋଲି ବୈଠକ ଶେଷରେ କହିଛନ୍ତି ବିରୋଧି ଦଳ ନେତା । ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ୧୧ ବିଧାୟକ   ଯୋଗ ଦେଇଥିଲେ ।   ଏଥିରେ ରାଜ୍ୟ  କଂଗ୍ରେସର ନିର୍ବାଚନୀ ରଣନୀତି ପ୍ରସ୍ତୁତି ସଂପର୍କରେ ଆଲୋଚନା ହେଲା।

ସେପଟେ ବୈଠକ ବସିବା ଆଗରୁ ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି ରାଜ୍ୟ  ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରସ୍ତୁତ  ହେବ ଗେମ୍ ପ୍ଲାନ୍ । ଲୋକଙ୍କୁ ଏନେଇ ଅବଗତ କରିବ କଂଗ୍ରେସ ବୋଲି କହିଥିଲେ ।

ଏହାସହ ୨୦୧୯ ନିର୍ବାଚନ ପୂର୍ବରୁ ଆଜି ଏନେଇ ଅଙ୍କ କଷିବ ଦଳ।  କିପରି ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ପହଞ୍ଚି ହେବ ସେ ନେଇ  ଆଲୋଚନା ହେବ । ଆଗୁଆ  ନିର୍ବାଚନ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ସଜବାଜ  ହେଉଥିବା ବେଳେ କଂଗ୍ରେସ ବି ଏନେଇ ଅଣ୍ଟା ଭିଡ଼ିଛି। ତେବେ ଅଗଷ୍ଟ  ୧୫ ପରେ କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ସେ  କହିଥିଲେ ।

Comments (0)
Add Comment