କଟକ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

କଟକ  : କଟକ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ।  ପରେଡରେ ସାମରିକ, ବେସାମରିକ କ୍ଷେତ୍ରର ୪୨ଟି ଟ୍ରୁପ ଭାଗ ନେଇଥିଲେ । ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  । ପଦ୍ମ ପୁରସ୍କାର ପାଇଥିବା ସମସ୍ତ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ଓଡିଶା ପାଇଁ କାମ କରିବାକୁ ଯୁବବର୍ଗଙ୍କୁ ଆହ୍ବାନ ଦେବା ସହ ସମସ୍ତଙ୍କୁ ସାଥୀରେ ନେଇ ନୂଆ ଓଡିଶା ଗଠନ କରିବାକୁ ଆହ୍ବାନ ଦେଇଛନ୍ତି । ଏକ ହୋଇ ମାଁ ମାଟି ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଭାଷଣରେ କାଳିଆ ଯୋଜନା ଦେଶର ଏକ ଆଦର୍ଶ ମଡେଲ ବୋଲି କହିଛନ୍ତି । କାଳିଆ ଯୋଜନାରେ ଚାଷୀ ଲାଭବାନ ହେବେ ।  ରାଜ୍ୟର ପ୍ରତି ଘରେ ବିଜୁଳି ପହଞ୍ଚିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଏହାସହ ଦେଶର ବରପୁତ୍ର ଓ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments (0)
Add Comment