ଭୁବନେଶ୍ବର : କଟକ ଏସ୍ ସିବି ମେଡିକାଲ୍ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଏସସିବିର ପୁନର୍ବିନ୍ୟାସ୍ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ୟାକେଜ୍ ଅନୁଯାୟୀ କ୍ଷତିଗ୍ରସ୍ତ ଲୋକ, ଅନୁଷ୍ଠାନ, ଧର୍ମାନୁଷ୍ଠାନ, କ୍ଲବ୍ ଓ ବ୍ୟବସାୟୀଙ୍କୁ ସହୟତା ମିଳିବ । କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ସହାୟତା ୫୦ ହଜାର ଟଙ୍କା ଦିଆଯିବ ।
CMC ଅଞ୍ଚଳରେ ପ୍ରତି ପରିବାର ପାଇଁ ଅସ୍ଥାୟୀ ବାସଗୃହ ପାଇଁ ଲାଇସେନ୍ସ ଦିଆଯିବ । ଅସ୍ଥାୟୀ ଆବାସସ୍ଥଳୀରେ ୮ ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଆଯିବ । ସ୍ଥାନାନ୍ତରିତ ଲୋକଙ୍କ ପାଇଁ ପରିବହନ ବ୍ୟବସ୍ଥା କରାଯିବ । ରେଜିଷ୍ଟ୍ରିଭୁକ୍ତ ମାଛ ବ୍ୟବସାୟୀଙ୍କ ପାଇଁ ଏକକାଳୀନ ୧ ଲକ୍ଷ ଟଙ୍କା ସହାୟତା ମିଳିବ । ମାଛ ମାର୍କେଟ୍ କମ୍ପ୍ଲେକ୍ସ ବ୍ୟବସାୟୀଙ୍କ ସିକ୍ୟୁରିଟି ଫେରାଇବେ ସରକାର । ନିଜସ୍ବ ଜମିରେ ନିର୍ମିତ ଦୋକାନ ଘରକୁ ସରକାର ସିଧା ଅଧିଗ୍ରହଣ କରିବେ । କ୍ଷତିଗ୍ରସ୍ତ ଦୋକାନୀଙ୍କୁ ପରିବହନ ଓ ବ୍ୟବସାୟ ପାଇଁ ୨ କିସ୍ତିରେ ସହାୟତା ମିଳିବ । ଅନଧିକୃତ ଦୋକାନ ଘର ପାଇଁ ୩୦ ହଜାର ଟଙ୍କା ସହାୟତା ଦିଆଯିବ । ଉଠା ଦୋକାନୀଙ୍କୁ ମିଳିବ ୨୦ ହଜାର, ଅନୁଷ୍ଠାନଗୁଡିକୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ । ଏହା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଆଦି ରହିଛି ।ଗାଇ ଗୁହାଲ ଗୁଡିକୁ ସ୍ଥାନାନ୍ତରିତ ଲାଗି ପ୍ରତି ଗାଇ ଗୁହାଳ ଲାଗି ଏକ କାଳୀନ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ ସରକାର ।
ସେହିପରି ସରକାରୀ କ୍ବାଟର୍ସ ଖାଲି କରୁଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସରକାରୀ ନିୟମ ଅନୁସାରେ ଘରଭଡା ସହିତ ୧୨ ମାସ କିମ୍ବା ନୂଆ କ୍ବାଟର୍ସ ମିଳିବା ପର୍ଯ୍ୟନ୍ତ ସ୍ବତନ୍ତ୍ର ସହାୟତା ଦିଆଯିବ । ଚତୁର୍ଥଶ୍ରେଣୀ କର୍ମଚାରୀ ମାନେ ଏ ବାବଦକୁ ୫ ହଜାର ଟଙ୍କା,ତୃତୀୟ ଶ୍ରେଣୀ ୭ହଜାର ୫ଶହ, ଦ୍ବିତୀୟ ଶ୍ରେଣୀ କର୍ମଚାରୀ ମାନଙ୍କୁ ୧୦ ହଜାର ଟଙ୍କା ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨ ହଜାର ୫ଶହ ଟଙ୍କା ଦେବେ ରାଜ୍ୟ ସରକାର ।
ଏସ୍ ସିବି କୁ ଅତ୍ୟାଧୁନିକ କରିବା ସହ ଏହାକୁ ବିଶ୍ବସ୍ତରୀୟ ଡାକ୍ତରଖାନା କରିବାକୁ ସରକାର ଘୋଷଣା କରିଥିଲେ ଏହାକୁ ୩ ହଜାର ଶଯ୍ୟା ବିଷିଷ୍ଟ ଚିକତ୍ସା ପ୍ରତିଷ୍ଠାନ ଭାବରେ ଗଢାଯିବାର କାର୍ଯକ୍ରମ ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ଦୁଇ ଦିନ ତଳେ ଏସ୍ ସିବି ଗସ୍ତ କରି ଏହାର ତଦାରଖ କରିଥିଲେ ।
କାହାକୁ ମିଳିବ କି କ୍ଷତିପୁରଣ ?
ଆବାସିକ ଅଞ୍ଚଳ :ସ୍ଥିତିବାନ ସତ୍ତ୍ବ ଥିବା ଜମି ମାଲିକ ମାନଙ୍କର ଘର ଓ ଜମି ଓଡିଶା ସରକାରଙ୍କ ଦ୍ବାରା ଅନୁମୋଦିତ ପ୍ରକ୍ରିୟାରେ ସିଧାସଳଖ କ୍ରୟ ଜରିଆରେ ଅଧିଗ୍ରହଣ କରାଯିବ ।
କ୍ଷତିପୁରଣ : Right to Fair compensation and Transparency in Land Acquisition, Rehabilitation and Resettlement Act-2013ର ବ୍ୟବସ୍ଥା ଅନଯାୟୀ କ୍ଷତିପୁରଣ ଦିଆଯିବ ।
ସ୍ଥାନାନ୍ତର ସହାୟତା : (Relocation) ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ ଏବଂ ଜରୁରୀ ବ୍ୟବସ୍ଥା ନିମନ୍ତ ଏକ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ।
୨) ଅନଧିକୃତ ବାସଗୃହ :
(କ) ଏକକାଳିନ ସହାୟତା : ପ୍ରତିକ୍ଷତିଗସ୍ତ ପରିବାରକୁ ଏକ କାଳୀନ ସହାୟତା ଭାବରେ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ।
ଖ) ଅସ୍ଥାୟୀ ଆବାସ : କଟକ ମହାନଗର ନିଗମ ଓ ଜିଲ୍ଲା ସ୍ଥିରୀକୃତ ଅଞ୍ଚଳରେ ପ୍ରତିବାର ପାଇଁ ୧୫ ଫୁଟରେ ୧୫ ଫୁଟ ପ୍ଲଟରେ ଅସ୍ଥାୟୀ ଭାବେ ନିଜ ଖର୍ଚ୍ଚରେ ଗୃହ ନିର୍ମାଣ ପାଇଁ ଲାଇସେନ୍ସ ଦିଆଯିବ । ମହାନଗର ନିଗମ ଦ୍ବାରା ସେହି ଅଞ୍ଚଳରେ ମୈଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ସୁଲଭ ଗୃହ ନିର୍ମାଣ ପ୍ରକଳ୍ପରେ ଏହି ପିବାର ଗୁଡିକୁ ଚୁଡାନ୍ତ ଭାବେ ଥଇଥାନ କରାଯିବା ପରେ ସେମାନେ ଏହି ଅସ୍ଥାୟୀ ଗୃହକୁ ଛାଡିବେ ।
ଗ) ଖାଦ୍ୟ ସହାୟତା- ଅସ୍ଥାୟୀ ବାସସ୍ଥଳୀରେ ଆଶ୍ରୟ ନେୁଥିବା ଲୋକଙ୍କୁ ୮ ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିବ ।
ଘ) ସ୍ଥାନାନ୍ତରୀତ ସମୟରେ ଲୋକମାନଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ ।
୩) ମାଛମାର୍କେଟ କମ୍ପେକ୍ସୟ ମହାନଗର ନିଗମ ବ୍ୟବସାୟୀକ ପ୍ରତିଷ୍ଠାନ : ମହାନଗର ନିଗମରେ ରେଜିଷ୍ଟ୍ରିଭୁକ୍ତ ହୋଇଥିବା ଦୋକାନୀ ମାନଙ୍କୁ ୟ ମାଛ ବିକ୍ରେତାମାନଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ । ମହାନଗର ନିଗମ ସେମାନଙ୍କର ସିକ୍ୟୁରିଟ ଡିପୋଜିଟ ଫେରାଇବ । ସେହିପରି କ୍ଷତିଗ୍ରସ୍ତ ଉଠାଦୋକାନି ମାନଙ୍କୁ ମହାନଗର ନିଗମ ଭେଣ୍ଡେଂ ଜୋନରେ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ଯୋଗାଇ ଦିଆଯିବ ।
୪) ସ୍ଥାୟୀ ଦୋକାନ ଘର- ସ୍ଥିତିବାନ ଥିବା ଜମିରେ ନିର୍ମିତ ସମସ୍ତ ଦୋକାନ ଘର ଗୁଡିକୁ ରାଜ୍ୟ ସରକାର ଅନୁମୋଦିତ ପ୍ରକ୍ରିୟାରେ ସିଧାସଳଖ କ୍ରୟକରି ଅଧିଗ୍ରହଣ କରିବେ ।
କ) Right to Fair compensation and Transparency in Land Acquisition, Rehabilitation and Resettlement Act-2013ର ବ୍ୟବସ୍ଥା ଅନଯାୟୀ କ୍ଷତିପୁରଣ ଦିଆଯିବ ।
ଖ) ସ୍ଥାନାନ୍ତର ସହାୟତା : ପ୍ରତି କ୍ଷତିଗ୍ରସ୍ତଙ୍କୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦୁଇଟି କିସ୍ତିରେ ଦିଆଯିବ । ପ୍ରଥମ କିସ୍ତି ଆରମ୍ଭ ରେ ଓଦ୍ବିତୀୟ କିସ୍ତି ଜମି ଖାଲିକଲା ପରେ ମିଳିବ ।
୫) ଅନଧୀକୃତ ଦୋକାନଘର- ପ୍ରତି ଅନଧୀକୃତ ଦୋକାନ ଘର ପାଇଁ ଏକକାଳୀନ ୩୦ ହଜାର ଟଙ୍କା ସହାୟତା ଦେବେ ସରକାର ।
୬) ଉଠାଦୋକାନୀ- ପ୍ରତି ଉଠା ଦୋକାନୀକୁ ଏକକାଳୀନ ୨୦ ହଜାର ଟଙ୍କା ସହାୟତା ଦିଆଯିବ ।
୭) ସ୍ଥାନୀନ୍ତରୀତ ଧାରମିକ ଅନୁଷ୍ଠାନ/କ୍ଲବ- ପ୍ରତି ଧାର୍ମିକ ଅନୁଷ୍ଠାନ /କ୍ଲବ ପାଇଁ କଟକ ଜିଲ୍ଲାପାଳ ଏକ ଲକ୍ଷ ଟଙ୍କା ଲେଖାଏଁ ଏକକାଳୀନ ସହାଯତା ଯୋଗାଇ ଦିଆଯିବ ।
୮) ଗାଇ ଗୁହାଳ : ସ୍ଥାନାନ୍ତରିତ ହେବାକୁ ଥିବା ପ୍ରତି ଗାଇ ଗୁହାଳପିଛା ଏକ କାଳୀନ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
୯) ସ୍ବତନ୍ତ୍ର ସହାୟତା : ସେହିପରି ସରକାରୀ କ୍ବାଟର୍ସ ଖାଲି କରୁଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସରକାରୀ ନିୟମ ଅନୁସାରେ ଘରଭଡା ସହିତ ୧୨ ମାସ କିମ୍ବା ନୂଆ କ୍ବାଟର୍ସ ମିଳିବା ପର୍ଯ୍ୟନ୍ତ ସ୍ବତନ୍ତ୍ର ସହାୟତା ଦିଆଯିବ । ଚତୁର୍ଥଶ୍ରେଣୀ କର୍ମଚାରୀ ମାନେ ଏ ବାବଦକୁ ୫ ହଜାର ଟଙ୍କା,ତୃତୀୟ ଶ୍ରେଣୀ ୭ହଜାର ୫ଶହ, ଦ୍ବିତୀୟ ଶ୍ରେଣୀ କର୍ମଚାରୀ ମାନଙ୍କୁ ୧୦ ହଜାର ଟଙ୍କା ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨ ହଜାର ୫ଶହ ଟଙ୍କା ଦେବେ ରାଜ୍ୟ ସରକାର ।
୧୦) ଅନୁଷ୍ଠାନ ପାଇଁ ଘର ଭଡା : ସେହିପରି ଅନୁଷ୍ଠାନ ମାନଙ୍କ ଲାଗି ଘର ଭଡା ବ୍ୟବସ୍ଥା ହୋଇଛି । ଆରଡିସିଙ୍କ ନେତୃତ୍ବରେ ଗଠିତ କମିଟି ବଜାର ଦର ଅନୁସାୀରେ ନିଷ୍ପତ୍ତି ଗ୍ରହଣ କରିବେ ।
୧୧ ) ଅନ୍ୟାନ୍ୟ ବ୍ୟବସ୍ଥା : ଏଥିସହିତ ସରକାର ମଧ୍ୟ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି । ଏହି ଥଇଥାନ ଓ ପୁନର୍ବାସ ନୀତି କଟକ ଜିଲ୍ଲାପାଳଙ୍କ ଦ୍ବାରା କାର୍ଯ୍ୟକାରୀ କରାଯିବ ।
ଖ) ଯେହେତୁ ଏହି ପ୍ରଖଲ୍ପ ଲାଗି ଜମି ଓ ସଂପତ୍ତି ଅଧିଗ୍ରହଣ ଆଲୋଚନା ଭିତ୍ତିରେ କରାଯିବ, ସେଥିଲାଗି କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅନୁମୋଦନକ୍ରମେକଟକ ଜିଲ୍ଲାପାଳ ଆବଶ୍ୟସ୍ଥଳେ ସହାୟତା ବୃଦ୍ଧି ବା ପରିବର୍ତ୍ତନ ସଂପର୍କରେ ନିଷ୍ପତ୍ତି ନେଇ ପାରବେ ।
ଗ ) ଏହି ଥଇଥାନ ପୁନର୍ବାସ ପ୍ୟାକେଜ କାର୍ଯ୍ୟକାରୀ କରିବା ପାଇଁ କଟକ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପାଣ୍ଠି ଯୋଗାଇଦେବେ ।