ଜିଲ୍ଲାପାଳ ପାଲଟିଲେ ଶିକ୍ଷକ : ସ୍କୁଲରେ ପିଲାଙ୍କୁ ପଢାଇଲେ ଭୂଗୋଳ

ଗଜପତି : ସ୍କୁଲରେ ପିଲାଙ୍କୁ ଭୂଗୋଳ ପଢ଼ାଇଲେ ଜିଲ୍ଲାପାଳ । ଗଜପତି ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟକୁ ଯାଇ ଭୂଗୋଳ ପଢ଼ାଇଲେ ଜିଲ୍ଲାପାଳ ଅନୁପମ ଶାହା । କଳାପଟାରେ ଭାରତ ମାନଚିତ୍ର ଆଙ୍କି, ଦେଶର ଚତୁର୍ପାଶ୍ବରେ ଥିବା ଭୌଗଳିକ ପରିସ୍ଥିତି ବୁଝାଇଲେ । ଟିଚ୍ ଗଜପତି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏଭଳି ପଦକ୍ଷେପ ନେଇଥିବା ବେଳେ ପିଲାଙ୍କ ଟ୍ୟାଲେଣ୍ଟରେ ଶତମୁଖ ।

କଳାପଟାରେ ଅଙ୍କା ଯାଇଛି ଭାରତ ମାନଚିତ୍ର । ଆଉ ପିଲାଙ୍କୁ ପାଠ ପଢାଉଛନ୍ତି ସାର୍ । ତେବେ ଏ ସାର୍ କିଏ ? ଏ କଣ ସ୍କୁଲର ଶିକ୍ଷକ କି ? ଏ ହେଉଛନ୍ତି ଜିଲ୍ଲାପାଳ ସାର୍ । ଗଜପତି ଜିଲ୍ଲାପାଳ ଅନୁପମ ଶାହା । ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ପିଲାଙ୍କୁ ପଢାଉଛନ୍ତି ଭୂଗୋଳ । (ଆମ୍ବିଏନ୍ସ ଦେବା) ଜିଲ୍ଲାପାଳ ସାର୍ ପିଲାଙ୍କୁ ପଢାଇବା ସହ ପଚରା ଉଚରା ମଧ୍ୟ କରୁଛନ୍ତି । ମୋ ସ୍କୁଲ ଅଭିଯାନର ଟିଚ୍ ଗଜପତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏଭଳି ପଦକ୍ଷେପ ନେଇଛନ୍ତି ନିଜେ ଜିଲ୍ଲାପାଳ ଅନୁପମ ଶାହା । ପିଲାଙ୍କ ଟ୍ୟାଲେଣ୍ଟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ ଯେ କୌଣସି ଉଚ୍ଚଶିକ୍ଷିତ ଲୋକ ସାମିଲ୍ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ଗତକାଲି ସ୍କୁଲ ଖୋଲୁ ଖୋଲୁ ସାଢେ ୧୦ଟାରେ ପହଞ୍ଚି ଯାଇଥିଲେ ଜିଲ୍ଲାପାଳ । ସିଧା ନବମ ଶ୍ରେଣୀକୁ ଗଲେ । ଚକ୍ ରେ ଭାରତ ମାନଚିତ୍ର ଆଙ୍କିଲେ । ଚାରିପାଖରେ ଥିବା ଦେଶ ଏବଂ ସାଗର ଆଦି ସମ୍ପର୍କରେ ପିଲାଙ୍କୁ । ଜିଲ୍ଲାପାଳ ସାରଙ୍କ କ୍ଲାସ୍ ବେଶ୍ ଇମ୍ପ୍ରେସିଭ୍ ଥିବା କହିଛନ୍ତି ସ୍କୁଲର ଛାତ୍ର ଓ ଶିକ୍ଷୟିତ୍ରୀ । ଜିଲ୍ଲାପାଳଙ୍କ ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Comments (0)
Add Comment