ଭୁବନେଶ୍ବର : ବିଧାନସଭାରେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇବ ନା ହରାଇବ । ନରସିଂହ ମିଶ୍ର ବିରୋଧୀ ଦଳର ନେତାଙ୍କ ପଦରେ ରହିବେ ନା ତାଙ୍କ ପଦ ଯିବ ଏସବୁ ନିର୍ଭର କରୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାରତା ଉପରେ । ଆଉ କଂଗ୍ରେସ ବିରୋଧୀ ଦଳରେ ବସିବା ସଂଖ୍ୟାଠୁ କମ ନେଇ ବିରୋଧୀ ଦଳ ନେତାଙ୍କ ପତିକ୍ରିୟା ବି ଏହି ପ୍ରସଂଗରେ ନବୀନଙ୍କ ଦୟା ଆଡକୁ ଅଙ୍ଗୁଳି ନିର୍ଦେଶ କରୁଛି । ତେବେ କଣ ନବୀନଙ୍କ ଦୟାରୁ ବିରୋଧୀ ଦଳର ଆସନରେ ବସିବାକୁ ନରସିଂହ ମିଶ୍ରଙ୍କ ଭଳି ନେତା ଠିକ ଭାବିନେ ନା ଆଉ କିଛି ବାଟ ଆପଣେଇବେ ତାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।
ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ ପରେ ବିରୋଧୀ ଦଳ ନେତା ପତିକ୍ରିୟା ରଖିଛନ୍ତି । ଆଉ ସଂଖ୍ୟା ଗଣିତର ହିସାବ ଦେଖାଇ କହିଛନ୍ତି ମୋ ମତରେ କଂଗ୍ରେସ ବିରୋଧୀଦଳର ମାନ୍ୟତା ହରାଇଛି । ତେବେ କଂଗ୍ରେସ ବିରୋଧୀ ଦଳରେ ରହିବ ନା ନାହିଁ ତାହା ସରକାରଙ୍କ ଉପରେ ନିର୍ବର କରେ ବୋଲି ପରୋକ୍ଷରେ ସୂଚନା ବିଦେଇଛନ୍ତି ବିରୋଧୀଦଳ ନେତା ।
ବିଧାନସଭାରେ କଂଗ୍ରେସର ବିରୋଧୀ ଦଳ ମାନ୍ୟତା ରହିବ ନାଁ ଯିବ ? ପୂର୍ବରୁ ସୁବଳ ସାହୁଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ଯୋଗଶେ ସିଂଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି ହାଇକୋର୍ଟ । ଯାହାକୁ ନେଇ ଏମିତି ଆଶଙ୍କା ସୃଷ୍ଟି ହୋଇଛି । କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୬ରୁ ଖସି ଏବେ ୧୪ ହୋଇଛି । ନିୟମ ଅନୁସାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପରିସ୍ଥିତିକୁ ସ୍ବୀକାର କରିଛନ୍ତି । କିନ୍ତୁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବେ ବୋଲି କହିଛନ୍ତି ଯୋଗେଶ ସିଂ । ମାମାଲା ବିଚାରାଧୀନ ହୋଇଗଲେ, ବିରୋଧୀ ଦଳ ନେତାଙ୍କ ପାଇଁ ସଙ୍କଟ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀ ପତି । ବିଜେପି ବି ସେହି ସମାନ କଥା ଦୋହାରାଇଛି ।ବିରୋଧୀ ଦଳ ମାନ୍ୟତା ଦିଆଯିବ କି ନାହିଁ ତା ଉପରେ ତର୍ଜମା କରାଯିବ ବୋଲି କହିଛନ୍ତି ବାଚସ୍ପତି ପ୍ରଦୀପ ଆମାତ । ବର୍ତ୍ତମାନ ସ୍ଥିତିରେ କଂଗ୍ରେସକୁ ବିରୋଧୀ ଦଳ ମନ୍ୟତା ଦେବା ସରକାରଙ୍କ ଉପରେ ନିର୍ଭର କରିବ । ଆଗରୁ ବିଜୁବାବୁ ଅମଳରେ ମଧ୍ୟ ସଂଖ୍ୟା କମ ଥିଲେ ବି ବିରୋଧୀ ଦଳ ମାନ୍ୟତା ମିଳିଛି ।